ବ୍ରହ୍ମପୁର ଡାକ୍ତରଙ୍କ ଦ୍ୱାରା ଅନ୍ତରାଷ୍ଟ୍ରୀୟ ସ୍ତରରେ ଉପସ୍ଥାପନା
ବ୍ରହ୍ମପୁର (ଜୁଗାବ୍ଦ ନ୍ୟୁଜ୍): ଗ୍ଲୋବାଲ କାର୍ଡିଓ ଡାଏବେଟିସ୍ ଆକାଡେମୀ ଦ୍ୱାରାମେଟାବୋଲିକ୍ କନ୍କ୍ଲେଭ୍ର ୨୦୧୯ ସଂସ୍କରଣ, ୟୁଏଇର ଦୁବାଇଠାରେ ଆୟୋଜିତ ହୋଇଯାଇଛି ।ଥାଇରଏଡ ସମସ୍ୟା ଥିଲା ଏହି ବର୍ଷର ମୁଖ୍ୟ ବିଷୟବସ୍ତୁ ।ଏଥିରେ ବ୍ରହ୍ମପୁର ସ୍ଥିତ ଡାଏବେଟିସ ଏଣ୍ଡ୍ ଏଣ୍ଡୋକେୟାର କ୍ଲିନିକ୍ର ଯୁବ ଏଣ୍ଡ୍ରୋକ୍ରାଇନୋଲୋଜିଷ୍ଟ ଡା. ସୁନିଲ କୁମାର କୋଟା ଜଣେ ଆମନ୍ତ୍ରିତ ବକ୍ତା ଭାବେ ଯୋଗ ଦେଇ ଗର୍ଭାବସ୍ଥାରେ ହାଇପର୍ ଥାଇରଏଡିଜ୍ର ଚିକିତ୍ସାଉପରେ ନିଜର ମତ ଉପସ୍ଥାପନା କରିଥିଲେ । ପ୍ରତି ଦୁଇ ହଜାର ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ ହାଇପର୍ ଥାଇରଏଡ୍ଜିମ୍ରେ ଆକ୍ରାନ୍ତ ହୋଇଥାନ୍ତି । ରକ୍ତରେ ଥାଇରଏଡ୍ ହରମୋନ ସ୍ତର ବଢ଼ିଯିବା ଦ୍ୱାରାଓଜନ କ୍ଷୟ, ଅତ୍ୟଧିକ ଗରମ ଲାଗିବା,ଝାଳ ବୋହିବା, ହାତ ଥରିବା, ହୃତ୍ ସ୍ପନ୍ଦବ ବଢ଼ିବା ତଥା ଆଖି ନାଲି ଦେଖାଯିବା ଆଦି ଲକ୍ଷଣ ଦେଖା ଦେଇଥାଏ । ଏଥିରେ ଗର୍ଭପାତ, ଉଚ୍ଚ ରକ୍ତଚାପ, ହାର୍ଟଫେଲ୍ୟୁର,ଗର୍ଭସ୍ଥ ଶିଶୁର ଶାରୀରିକ ତଥା ମାନସିକ ବିକାଶର ଅବକ୍ଷୟ, ସମୟ ପୂର୍ବରୁ ଗର୍ଭଜାତ ଶିଶୁର ମୃତ୍ୟୁ ଆଦି ଜଟିଳ ଅବସ୍ଥା ଦେଖା ଦେଇଥାଏ । ମୁଖ୍ୟତଃ ଏହାର ଚିିକିତ୍ସା ବଟିକା ଦ୍ୱାରା କରାଯାଇଥାଏ । କିନ୍ତୁ କେତେକ ସଂକଟାପନ୍ନ ସ୍ଥିତିରେ ନାରୀମାନଙ୍କର ଦ୍ୱିତୀୟ ତ୍ରୟ ମାସିକରେ ଶଲ୍ୟ ଚିକିତ୍ସା ମଧ୍ୟ କରିବା ଆବଶ୍ୟକ ହୋଇଥାଏ । ଡା କୋଟା ଉପସ୍ଥିତ ଶ୍ରୋତାମାନଙ୍କୁ ଏହି ବଟିକାର ବ୍ୟବହାର ପ୍ରଣାଳୀ, ପାଶ୍ୱର୍ ପ୍ରତିକ୍ରିୟା ତଥା ରୋଗୀଙ୍କ ନିୟମିତ ଯାଞ୍ଚ ପଦ୍ଧତି ଉପରେ ଅବଗତ କରାଇଥିଲେ ।
ବିଶ୍ୱରବିଭିନ୍ନ ଭାଗରୁ ପ୍ରାୟତଃ ୪୦ଜଣ ବିଶେଷଜ୍ଞ ଡାକ୍ତର ଏଥିରେ ବକ୍ତା ଭାବେ ଆମନ୍ତ୍ରିତ ହୋଇଥିଲେ । ଦକ୍ଷିଣ ଏସିଆ ତଥା ମିଡିଲ୍ ଇଷ୍ଟ ଦେଶର ପ୍ରାୟ୨୫୦ ଜଣ ଡାକ୍ତର ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ସର୍ବଭାରତୀ ସ୍ତରରେ ମୋଟ୍ ୪ ଜଣଡାକ୍ତରଙ୍କ ମଧ୍ୟରେ ଜଣେ ଏବଂ ଓଡ଼ିଶାରୁ ଏକମାତ୍ର ଡାକ୍ତର ଭାବେ ଡା.ସୁନିଲ କୁମାର କୋଟା, ଏଥିରେ ବକ୍ତା ଭାବେ ଅଂଶଗ୍ରହଣ କରିଥିଲେ । ଏହି ଉପସ୍ଥାପନା ପାଇଁ ଡାକ୍ତର ସହକର୍ମୀ, ନାନା ସଂସ୍ଥା ଏବଂ ସାଧାରଣ ଜନତା ଡା. କୋଟାଙ୍କୁ ଅଭିନନ୍ଦନ ଜଣାଇଥିଲେ ।