ବ୍ରହ୍ମପୁର ଡାକ ମଣ୍ଡଳ ତରଫରୁ ଲକ୍ଡାଉନରେ ଅସହାୟ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ
ଛତ୍ରପୁର : କୋରନା ସାରା ବିଶ୍ୱରେ ଡେଣା ମେଲାଇ କାୟା ବିସ୍ତାର କରି ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଏହି ବିଶ୍ୱ ମହାମାରୀ କୁ ରୋକିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତେବେ ଏହି ମହାମାରୀ ଯେପରି ଲୋକଙ୍କୁ ଆକ୍ରାନ୍ତ ନ କରିବ ସେଥିପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛ ଏବଂ କେତକ କଟକଣା ଜାରି କରାଯାଇଛି । ଆବଶ୍ୟକ ନଥିଲେ ଘରୁ ନବାହାରିବା ନିମନ୍ତେ ମଧ୍ୟ କୁହାଯାଇଛି । ପୁଲିସ ନୀୟମିତ ପେଟ୍ରୋଲିଂ କରୁଛନ୍ତି । ଛକ ଛକ ରେ ଜଗି ରହି ଲୋକମାନଙ୍କୁ ସଚେତନତା କରୁଛନ୍ତି । ଅସହାୟ ଓ ନୀରାଶ୍ରୟ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗଂଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଏହାସହ କେତକ ସ୍ୱେଚ୍ଛାସେବୀ ସଂଗଠନ ଏବଂ ବାଦାନ୍ୟ ବ୍ୟକ୍ତିମାନେ ମଧ୍ୟ ଲୋକମାନଙ୍କୁ ସାନିଟାଇଜର , ମାସ୍କୋ ଓ ସୁଖୀଲା ଖାଦ୍ୟ ଏବଂ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଡାକମଣ୍ଡଳ ଏଥିରେ ସାମିଲ ହୋଇଛନ୍ତି । ଚିଫ୍ ପୋଷ୍ଟ ମାଷ୍ଟର ଜ୍ୟନରେଲ୍ (ଓଡିଶା)ଙ୍କ ନିର୍ଦ୍ଦେଶ କ୍ରମେ ଗଂଜାମ ଜିଲ୍ଲାପ୍ରଶାସନ ର ସହମତିରେ ବ୍ରହ୍ମପୁର ଡାକ ମଣ୍ଡଳ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସହାୟ ଲୋକମାନଙ୍କୁ ଜିଲ୍ଲାପ୍ରଶାସନର ଶୃଙ୍ଖଳା କୁ ମାନି ସାମାଜିକ ଦୂରତା ରକ୍ଷା କରି ଚିନି , ଚୂଡା, ବିସ୍କେଟ୍ , ବ୍ରେଡ୍ , ସାବୁନ୍ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଛି । ବ୍ରହ୍ମପୁର ପୋଷ୍ଟ ମାଷ୍ଟର ଜ୍ୟାନେରାଲ କର୍ଣ୍ଣିଲ ଜଳେଶ୍ୱର କହଁର ଙ୍କ ବାର୍ତ୍ତା ସୁଖ ଦୁଃଖର ବନ୍ଧୁ ଡାକବାବୁ, ଏବେ ଲକ୍ ଡାଉନ୍ ପିରିୟଡରେ ଏବେ ଆପଣଙ୍କ ଦ୍ୱାର ପାଖରେ, ନେଇ ବ୍ରହ୍ମପୁର ଡାକ ମଣ୍ଡଳର ଡାକ ଅଧିକ୍ଷକ ମହମ୍ମଦ ଜାଫର ସାଦିକଙ୍କ ତତ୍ତ୍ୱବାଧାନରେ ସହାକରୀ ଡାକ ଅଧିକ୍ଷକ କିରଣମାଳା ପଣ୍ଡା, ମନୋଜ କୁମାର ବେହେରା, ଚକ୍ରଧର ନାୟକ, ବିଜୟ କୁମାର ସାହୁ, ପୋଷ୍ଟାଲ୍ ଇନିସପେକ୍ଟର ଯୁସ୍ମନ୍ତ କୁମାର ଜେନା, ଓଭରସିୟର ଗଙ୍ଗା ନାରାୟଣ ମହାଲିକ, ପ୍ରକାଶ ପଲାଇ, ଯୁଧିଷ୍ଠିର ବିଷୋୟୀ ରାମଚନ୍ଦ୍ର ପଣ୍ଡା, ନରେନ୍ଦ୍ର କୁମାର ଡାଙ୍ଗ, ରଜନୀ ପାଢି, ଡାକ ରତ୍ନ ବେହେରା, ପୋଷ୍ଟ ମାଷ୍ଟର ପୂଣ୍ଣ ଚନ୍ଦ୍ର ପ୍ରଧାନ, ପୋଷ୍ଟାଲ ଆସିଷ୍ଟାଟ ଶ୍ରୀରାମ ମହାପାତ୍ର, ପୋଷ୍ଟମ୍ୟାନ ରଂଜିତ୍ କୁମାର ଦାଶ, ଅର୍ଚ୍ଚନା କୁମାର , ସନ୍ତୋଷ ସାହୁ, ସୁବାଷ ଭୂୟାଁ, ଦେବରାଜ ନାୟକ, ଅବିନାଶ ନାଥ ପ୍ରଭୃତି ସମାନ୍ତରାଳଭାବରେ ଛତ୍ରପୁର ଦାମିଆନନଗର , ବ୍ରହ୍ମପୁର ପ୍ରେମନଗର ସ୍ଥିତ ଲେପର୍ସ କଲୋନୀ, ମନ୍ତ୍ରିଡ ନିକଟସ୍ଥ ଜଗନ୍ନାଥ ପୁର ଓ ଦିଗପହଣ୍ଡିର ରଙ୍ଗମାଟିଆପଲ୍ଲୀ ଏବଂ ନୂଆବନ୍ଧପଲ୍ଲୀ ଗ୍ରାମର ଅସହାୟ ଲୋକଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଛି ବୋଲି ବ୍ରହ୍ମପୁର ଡାକ ମଣ୍ଡଳ ବିଜିନେଓ ଏକ୍ୟୁଜିଟିଭ ଗୈାରହରି ପଣ୍ଡା ସୂଚନା ଦେଇଛନ୍ତି ।