ବ୍ରହ୍ମପୁର ପୋଲିସ ଜିଲ୍ଲା ସଦର ଥାନା ଅଞ୍ଚଳ ରେ ଜନସଚେତନ କରାଉଛି

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):ସାରା ଦେଶ କୁ କରୋନା ଭୁତାଣୁ ବିସ୍ତାର କରିଚାଲିଛି l ଦିନ କୁ ଦିନ ଆକ୍ରାନ୍ତ ସଂଖ୍ୟା ବାଡ଼ିଚାଲିଛି l ସାରା ରାଜ୍ୟ ରେ ଲକ ଡାଉନ ରହିଛି l ଜନସାଧାରଣ ସଚେତନ ହେଲେ ଭୁତାଣୁ କୁ ରୋକା ଯାଇପାରିବ l ବ୍ରହ୍ମପୁର ପୋଲିସ ଜିଲ୍ଲା ସଦର ଥାନା ଅଞ୍ଚଳ ରେ ପୋଲିସ ଲୋକଙ୍କୁ କରୋନା ଉପରେ ଜନସଚେତନ କରାଇଛି l ବାଳକୃଷ୍ଣପୁର ଗ୍ରାମ ରେ ବୁଧବାର ସଦର ଏସଡିପି ଓ ଜୟନ୍ତ କୁମାର ମହାପାତ୍ର ଓ ସଦର ଥାନା ଅଧିକାରୀ ସନ୍ତୋସିନି ଓରାମ ଓ ଅନ୍ୟ ପୋଲିସ କର୍ମଚାରୀ କରୋନା ଭୁତାଣୁ ଉପରେ ସଚେତନ କରାଇଥିଲେ l ସାମାଜିକ ଦୂରତା ରକ୍ଷା କରିବା ସହ ହାତ କୁ ବାରମ୍ବାର ଧୋଇବାକୁ କହିଥିଲେ l ବାହାର କୁ ବାହାରିଲେ ମାସ୍କ ପିନ୍ଧିବା କୁ ଏସଡିପିଓ ମହାପାତ୍ର ଅନୁରୋଧ କରିଥିଲେ l ଲୋକଙ୍କୁ କୌଣସି କାମ ନ ଥିଲେ ଘରେ ରହିବାକୁ କହିବା ସହ ବୟସ୍କ ଲୋକଙ୍କୁ ଘରେ ବାହାର କୁ ନ ବାହାରି ସହ ଖାସ, ଛିଙ୍କ, ଜର,ତଣ୍ଟି ରେ ଦରଜ ହେଲେ ତୁରନ୍ତ ଡାକ୍ତର ପରାମର୍ଶ ଦେଇ ଥିଲେ ଏବଂ ଲୋକ ମାନଂକୁ ମାସ୍କ ବଣ୍ଟନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ