ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୁଣି ଦଲାଲଙ୍କ ଅଡ୍ଡା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନୟକ): ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ପୁଣି ଦଲାଲଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି । ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲ୍ଲାର ଜରୁରୀ ସେବା ଯୋଗାଉ ଥିବା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୁଣି ଦଲାଲଙ୍କ ଅଡ୍ଡା । ଓଡିଶା ସରକାର ଗରିବ ରୋଗୀ ନିମନ୍ତେ ନିରାମୟ ଯୋଜନା ରେ ମାଗଣା ଔଷଧ ଯୋଗାଉଛନ୍ତି ଓ ଡାକ୍ତରକୁ ନିରାମୟ ଔଷଧ ଲେଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ ବର୍ତମାନ କରୋନାର ମୁକାବିଲା ପାଇଁ ସକ୍ରିୟ ଥିବାର ସୁଯୋଗ ନେଇ ଦଲାଲ ମାନେ ନିରାମୟ ଔଷଧ ଭଲନାହିଁ କହି ଗରିବ ଲୋକଙ୍କୁ ଠକୁଛନ୍ତି ଓ କେତେକ ଔଷଧ ଦୋକାନରୁ କମିସନ ନେଇ ଡାକ୍ତର ଦେଉଥିବା ପ୍ରେସକ୍ରାଇପ ଗରିବ ରୋଗୀଙ୍କ ଠାରୁ ଛଡାଇ ନେଉଛନ୍ତି ଚଢ଼ା ଦରରେ ଔଷଧ କିଣି ରୋଗୀଙ୍କୁ ଲୁଟୁଛନ୍ତି ତୁରନ୍ତ ଏହା ବନ୍ଦ କରାଯାଉ, ପୂର୍ବ ଭଳି ଦଲାଲ ମୁକ୍ତ କରାଯାଉ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ