ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶ; ଟିକାବାଲି ମହାବିଦ୍ୟାଳୟର ଛାତ୍ରୀ ଇତିହାସରେ ଟପ୍ପର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଅନ୍ତିମ ବର୍ଷ କଳା ପରୀକ୍ଷା ଫଳ ପ୍ରକାଶ ହୋଇଛି। ଏଥିରେ ଇତିହାସ ବିଭାଗରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଟିକାବାଲି ସ୍ଥିତ ଏଏମସିଏସ ମହାବିଦ୍ୟାଳୟର ଛାତ୍ରୀ ସଙ୍ଗୀତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୁଶ୍ରୀ ସଙ୍ଗୀତାଙ୍କ ଘର ହେଉଛି ଚକାପାଦ ବ୍ଳକ ଅନ୍ତର୍ଗତ ପସରା ଗ୍ରାମରେ।ଅକ୍ଷୟ ସାହୁ ଓ ମାତାଙ୍କ ନାମ ପଦ୍ମାବତୀ ସାହୁଙ୍କ କନିଷ୍ଠକନ୍ୟା ହେଉଛନ୍ତି ସଙ୍ଗୀତା। ୨୪୦୦ ମାର୍କରୁ ସେ ୧୯୫୧ ମାର୍କ ଆଣିଛନ୍ତି। ତାଙ୍କ ସଫଳତା ପାଇଁ ସେ ପରିବାର ବର୍ଗ, ମହାବିଦ୍ୟାୟର ଅଧ୍ୟାପକ ଓ ଅଧ୍ୟାପିକା ଓ ସହପାଠି ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ଉକ୍ତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଛାତ୍ରୀ ମୋନାଲିସା ପ୍ରଧାନ ମଧ୍ୟ ଚଳିତ ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ କଳା ପରୀକ୍ଷାରେ ମଧ୍ୟ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ନିଜ ଘର ଖଜୁରିପଡ଼ା ଅଞ୍ଚଳରେ। ମହାବିଦ୍ୟାଳୟର ୨ ଜଣ ଛାତ୍ରୀଙ୍କ କୃତିତ୍ୱ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଧର ଦାସ , ଓଡ଼ିଆ ବିଭାଗ ମୁଖ୍ୟ ଦିନବନ୍ଧୁ ମହାନ୍ତି , ଇତିହାସ ବିଭାଗ ମୁଖ୍ୟ ବିଷ୍ଣୁ ପ୍ରସାଦ ରଥ ଓ ଅଧ୍ୟାପିକା ନିବେଦିତା ଭୋଇ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ଉଭୟଙ୍କର ଭବିଷ୍ରତ ଉଜ୍ୱଳ କାମନା କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ