ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସଙ୍ଗୀତ ର ତାଳେ ତାଳେ ହୋଲିମିଳନ ଉତ୍ସବ, ଝୂମିଲେ ଛାତ୍ରଛାତ୍ରୀ

ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ହୋଲି ମିଳନ ଉତ୍ସବ ୨୦୨୫ ମହା ସମାରୋହରେ ଆୟୋଜିତ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବ ରେ ଛାତ୍ର ଛାତ୍ରୀ ମାନେ ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ଝୁମି ଉଠି ଥିଲେ। ସେହି ପରି ଏଠାରେ ଛାତ୍ରୀ ନିବାସ କୁ ୧୦ ଗୋଟି ସାଇକଲ ପ୍ରଦାନ କରାଯାଇଥିଲା । ହୋଲି ଉତ୍ସବ ଯୋଗୁଁ ସମସ୍ତେ ପରସ୍ପରକୁ ଫଗୁ ରଙ୍ଗ ଲଗେଇ ଖୁସି ର ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ,କୁଳ ସଚିବ ସଚ୍ଚିଦାନନ୍ଦ ନାୟକ, ଛାତ୍ର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ପ୍ରଫେସର ଗଣେଶ୍ ସେଠୀ ପ୍ରମୁଖ ଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଏହି ଅବସରରେ ତିନୋଟି ସଙ୍ଗୀତ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ ।ଗାୟକ ସାର୍ଥକ ପାଢ଼ୀ ଙ୍କ ସମେତ ବିଶ୍ଵ ବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଏଠାରେ ଅତିଥି କଳାକାର ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଡ ମିହିର ତ୍ରିପାଠୀ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ