ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବ

ଛତ୍ରପୁର,(ୱାଇଏନ୍ଏସ୍): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୋଭିଡ୍ ନିୟମ ପାଳନ ସହ ୨ ଜାନୁୟାରୀ ୨୦୨୧ରିଖ ଦିନ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ହଲରେ ଏହାର ୫୫ତମ ପ୍ରତିଷ୍ଠା ଉତ୍ସବ ପାଳନ କରିବାକୁ ଯାଉଛି । ଉକ୍ତ ପ୍ରତିଷ୍ଠା ଉତ୍ସବରେ ପଦ୍ମଶ୍ରୀ ଗୀତା ମହାଲିକ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି ପ୍ରତିଷ୍ଠା ଉତ୍ସବରେ ପ୍ରଖ୍ୟାତ କବି,ଜ୍ଞାନପୀଠ ପୁରସ୍କାର ବିଜୟୀ, ପଦ୍ମଭୂଷଣ ତଥା ପଦ୍ମ ବିଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ର ଙ୍କୁ ସାହିତ୍ୟ / ଲେଖା ପାଇଁ କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଖ୍ୟାତି ସମ୍ପର୍ଣ୍ଣ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଶିଶିର ମିଶ୍ର ଏବଂ ପ୍ରଖ୍ୟାତ ଓଡିଆ କବି କମ୍ବୁପାଣି ସାମନ୍ତ ଙ୍କୁ ଅଙ୍ଗବସ୍ତ୍ର ରେ ସମ୍ମାନୀତ କରାଯିବ ।
ଦାସକାଠିଆ ଓ ଶିଙ୍ଗ କାର‌୍ୟ୍ୟ ନିମନ୍ତେ ଶ୍ରୀ ଉପେନ୍ଦ୍ର ପାଣିଗ୍ରାହୀ ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ରଙ୍କୁ ଦକ୍ଷିଣ ଓଡିଶା ଲୋକ ସଂସ୍କୃତି ସମ୍ମାନରେ ସମ୍ମାନୀତ କରାଯିବ । ପ୍ରଫେସର ଅଶୋକ କୁମାର ମହାପାତ୍ର, ଭାଇସ୍ ଚାନସେଲର୍ ସୋଆ ୟୁନିଭରସିଟି, ଏବଂ ପ୍ରଫେସର ଅରୁଣ କୁମାର ପତି ପ୍ରଫେସର ହରିଶ୍ ଚନ୍ଦ୍ର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଗବେଷଣା ଅନୁଷ୍ଠାନ), ଆହ୍ଲାବାଦଙ୍କୁ ଡିଷ୍ଟିଙ୍ଗୁଇସଡ୍ ଆଲୁମିନି ପୁରସ୍କାରରେ ପୁରସ୍କୃତ କରାଯିବ । ଏତଦ୍ ବ୍ୟତୀତ ବିଶ୍ବ ବିଦ୍ୟାଳୟର ଟିଚିଙ୍ଗ ଏବଂ ନନ୍ ଟିଚିଙ୍ଗ କର୍ମଚାରୀଙ୍କୁ ମଧ୍ୟ ସମୟାନୁ ବର୍ତ୍ତିତା ଓ ଉଲ୍ଲେଖନୀୟ କାର‌୍ୟ୍ୟ ପାଇଁ ସମ୍ମାନୀତ କରାଯିବା ପାଇଁ ସ୍ଥିର କରାଯାଇଛି ।
ଡଃ ତପନ କୁମାର ବାରିକ ସହକାରୀ ପ୍ରଫେସର ପ୍ରାଣୀ ବିଜ୍ଞାନ ବିଭାଗ ଡଃ ସରୋଜ କୁମାର ଦାଶ ସହକାରୀ ରେଜିଷ୍ଟ୍ରାର ଶ୍ରୀ ନିରଞ୍ଜନ ପାତ୍ର ସେକ୍ସନ ଅଫିସର, ଶ୍ରୀ ଆର୍. କେ. ସାବତ , ସେକ୍ସନ ଅଫିସର, ଶ୍ରୀ ଅରବିନ୍ଦ ନାୟକ, ବରିଷ୍ଠ ସହାୟକ, ଡଃ ମିହିର ତ୍ରିପାଠୀ, ବରିଷ୍ଠ ସହାୟକ, ଶ୍ରୀମତୀ ଉଷାରାଣୀ ପଣ୍ଡା, ଚପରାଶି, ଶ୍ରୀ ରମେଶ ଘଡେଇ, ଝାଡୁଦାର, ଶ୍ରୀମତୀ ଡି. କ୍ରୀଷ୍ଣା, ମେଟ୍ରନ୍
ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କ ନିକଟକୁ ଡାକଯୋଗେ ପୁରସ୍କାର ପ୍ରେରଣ କରାଯିବାପାଇଁ ସ୍ଥିର କରାଗଲା । କ୍ରୀଡା କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସ୍ପୋର୍ଟସ୍ ଆଓ୍ବାର୍ଡ ଏବଂ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ ।
ମନୋଜ କୁମାର ସାହୁ- ଚିକିଟି ମହାବିଦ୍ୟାଳୟ- ଖେଲୋ ଇଣ୍ଡିଆ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ଏବଂ ସମଗ୍ର ଭାରତ ଆନ୍ତଃ ବିଶ୍ବ ବିଦ୍ୟାଳୟ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ପ୍ରଦାନ କରାଯିବ ।
ପ୍ରମିଳା କ୍ରିସାନୀ, ପିପୁଲ୍ସ କଲେଜ ବୁଗୁଡା – ଖେଲୋ ଇଣ୍ଡିଆ ଭାରୋତ୍ତୋଳନରେ ରୌପ୍ୟ ପଦକ ଏବଂ ୱନୀତା ଘଡେଇଙ୍କୁ ଖେଲୋ ଇଣ୍ଡିଆ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ପ୍ରଦାନ କରାଯିବ ।
ସ୍ମୃତି ସୁଧା ସାହୁ ପଦାର୍ଥ ବିଜ୍ଞାନ ବିଭାଗ, ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟଙ୍କୁ ଓଡିଆ ରଚନାତ୍ମକ ଲିଖନ ନିମନ୍ତେ ଚେତନ ପୁରସ୍କାର ପ୍ରଦାନ କରାଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ