ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରାଯାଇଛି

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ପାଳନ କରାଯାଇଛି | ଏହି ଅବସରରେ ରାଜନୀତି ବିଜ୍ଞାନର ଅଧ୍ୟାପକ ସାରଦା ପ୍ରସାଦ ସାହୁଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପସ୍ଥିତିରେ ବିଶ୍ୱ ବିଦ୍ୟାଳୟରେ ନେତାଜୀଙ୍କ ଜନ୍ମବାର୍ଷିକୀ ପାଳନ କରାଯାଇଛି | ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ସମସ୍ଥ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ | ଅଧ୍ୟାପକ ଓ ଅଧ୍ୟାପିକା ଉଦ୍‌ବୋଧନ ଦେଇ କହିଛନ୍ତି ଯେ ନେତାଜୀ କଟକ ମାଟିର ପୁଅ, କଟକ ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା | ଦେଶ ପାଇଁ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ | ଭାରତର ସ୍ୱାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହୋଇ ରହିଛି ବୋଲି କହିଥିଲେ | ନେତାଜୀଙ୍କୁ ଭାରତମାତାର ଅମୂଲ୍ୟ ରତ୍ନ ଭାବରେ ବର୍ଣ୍ଣନା କରି ତାଙ୍କର ଦୃଢ ନେତୃତ୍ବ, ସାହସ ଓ ଅତୁଳନୀୟ ଦେଶଭକ୍ତି ପାଇଁ ସେ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିବେ ବୋଲି ବର୍ଣ୍ଣନା କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ