ବ୍ରହ୍ମପୁର ମହାନଗରରେ ଖୋଲିଲା ଦେବାଦେବୀଙ୍କ ମନ୍ଦିର
ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ମହାନଗରରେ କରୋନା କଟକଣା ନିୟମ ଅନୁଯାୟୀ ସରକାରଙ୍କ ନିଷ୍ପତ୍ତି ପରେ ଜିଲ୍ଳା ପ୍ରଶାସନର ନିଷ୍ପତ୍ତିକ୍ରମେ ଦେବାଦେବୀ ମନ୍ଦିର ଖୋଲାଯାଇଛି । କିଛି ମନ୍ଦିର ମଙ୍ଗଳବାର ଖୋଲାଯାଇଥିବା ବେଳେ ବୁଧବାର ଠାରୁ ଅନ୍ୟ ମନ୍ଦିର ଗୁଡ଼ିକ ସଫେଇ କରାଯିବା ପରେ ଖୋଲାଯିବା ପାଇଁ ସ୍ଥିର ହୋଇଛି । ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ବୁଧବାର ଠାରୁ ଖୋଲାଯିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ମଙ୍ଗଳବାର ଏଠାରେ ବହୁ ଭକ୍ତ ମାଁଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି । ସେହିପରି କୋର୍ଟପେଟା ଜଗନ୍ନାଥ ମନ୍ଦିର ବୁଧବାର ଠାରୁ ଖୋଲାଯିବ ବୋଲି ଏହାର ମୁଖ୍ୟ ପରିଚାଳକ ପଞ୍ଚାନନ ଚୌଧୁରୀ ସୂଚନା ଦେଇଛନ୍ତି । ସେହିପରି ପ୍ରସିଦ୍ଧ ମାଁ ତାରାତାରିଣୀଙ୍କ ମନ୍ଦିର, ସିଦ୍ଧ ଭୈରବୀ ମନ୍ଦିର, ପଞ୍ଚମା ଗଣେଷ ମନ୍ଦିର, ମହୁରୀ କାଳୁଆ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକ୍ରମେ ଶୀଘ୍ର ଖୋଲାଯିବା ସହି ଦୀପଦାନ ପୂଜାର୍ଚ୍ଚନାକୁ ମଧ୍ୟ ବାରଣ କରାଯାଇଛି।


