ବ୍ରହ୍ମପୁର ମହାନଗର ନିଗମରେ ଭାରତୀୟ ଜନତା ପାର୍ଟିର ପ୍ରଚାର
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଆଜି ପୂର୍ବାହ୍ନରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଓ୍ୱାର୍ଡ଼ ନଂ ୧୭ ରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ଡ଼. ସବିତା ସୁଆର ପାଣିଗ୍ରାହୀ ଓ ବିଜେପି କର୍ପୋରେଟର ପାର୍ଥି ସରୋଜ କୁମାର ଦାସ ଏବଂ ଓ୍ୱାର୍ଡ଼ ନଂ ୨୩ ରେ କର୍ପୋରେଟର ପାର୍ଥିନୀ ବୁଲି ସେଠୀଙ୍କ ସହ ନିର୍ବାଚନୀ ପ୍ରଚାର କରିଥିବା ବେଳେ ଅପରାହ୍ନରେ ଓ୍ୱାର୍ଡ଼ ନଂ ୨୪ ରେ କର୍ପୋରେଟର ପାର୍ଥି ଜି.ବିଜୟ ପାତ୍ର ଙ୍କ ସହ ମେୟର ପାର୍ଥିନୀ ନିର୍ବାଚନୀ ପ୍ରଚାର କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର,ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି,ସରୋଜ ସାବତ,ଉତ୍ତମ ପାଣିଗ୍ରାହୀ,ମହନ୍ତ ଚିନ୍ମୟାନନ୍ଦ ମହାରାଜ,ମମତାମୟୀ ରଣା,ସୁନିଲ କୁମାର ସାହୁ,ମଦନ ମୋହନ ପାତ୍ର, ଏନ୍.ରାଜେନ୍ଦ୍ର କୁମାର,ସୂର୍ଯ୍ୟ ନାହାକ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ସାମିଲ୍ ହେଇଥିଲେ । ଆପଣଙ୍କ – ସୁନିଲ କୁମାର ସାହୁ,ମିଡ଼ିଆ ଇନଚାର୍ଜ, ବିଜେପି ଗଞ୍ଜାମ ।