ବ୍ରହ୍ମପୁର ମହାନଗର ନିଗମରେ ବିଜେପିର ଜୋରଦାର ପ୍ରଚାର
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଆଜି ତା.୧୪ ମାର୍ଚ୍ଚ ସୋମବାର ପୂର୍ବାହ୍ନରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଓ୍ୱାର୍ଡ଼ ନଂ ୪ ରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ଡ଼. ସବିତା ସୁଆର ପାଣିଗ୍ରାହୀ ଓ ବିଜେପି କର୍ପୋରେଟର ପାର୍ଥିନୀ ସସ୍ମିତା ସାହୁ ଏବଂ ଓ୍ୱାର୍ଡ଼ ନଂ ୧୦ ରେ କର୍ପୋରେଟର ପାର୍ଥିନୀ ରତ୍ନଗର୍ଭା ସରସ୍ୱତୀ ଦେବୀଙ୍କ ସହ ନିର୍ବାଚନୀ ପ୍ରଚାର କରିଥିବା ବେଳେ ଅପରାହ୍ନରେ ଓ୍ୱାର୍ଡ଼ ନଂ ୨ ରେ କର୍ପୋରେଟର ପାର୍ଥି ଅନୁପ ପଣ୍ଡାଙ୍କ ସହ ମେୟର ପାର୍ଥିନୀ ନିର୍ବାଚନୀ ପ୍ରଚାର କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର,ବରିଷ୍ଠ ନେତା କାହ୍ନୁ ଚ଼ରଣ ପତି,ଉତ୍ତମ ପାଣିଗ୍ରାହୀ, ଭାବଗ୍ରାହୀ ପାଳ,ବିନାୟକ ରଥ, ଶିବ ଶଙ୍କର ଶତପଥି, ପ୍ରଦୀପ ମିଶ୍ର,ମମତାମୟୀ ରଣା,ସୁନିଲ କୁମାର ସାହୁ, ଏନ୍.ରାଜେନ୍ଦ୍ର କୁମାର,ରମେଶ ସେଠୀ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ସାମିଲ୍ ହେଇଥିଲେ । ଆପଣଙ୍କ – ସୁନିଲ କୁମାର ସାହୁ,ମିଡ଼ିଆ ଇନଚାର୍ଜ,ବିଜେପି ଗଞ୍ଜାମ ।