ବ୍ରହ୍ମପୁର ମହାନଗର ନିଗମ ଗାନ୍ଧୀନଗରରେ ବିଜେପି ମିଶ୍ରଣ ପର୍ବ ଅନୁଷ୍ଠିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଆଜି ତା.୧୭ ମାର୍ଚ୍ଚ ୨୦୨୨ ଗୁରୁବାର ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ବ୍ରହ୍ମପୁର ମହାନଗର ନିଗମ ଗାନ୍ଧୀନଗର ୨୩ ନଂ ଓ୍ୱାର୍ଡ଼ର (ବର୍ତ୍ତମାନ ୨୦ ନଂ ଓ୍ୱାର୍ଡ଼) ପୂର୍ବତନ କର୍ପୋରେଟର ରଞ୍ଜିତ୍ କୁମାର ପଟନାୟକ ତାଙ୍କର ବହୁ ସମର୍ଥକଙ୍କ ସହ ଆଜି ବିଧିବଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ସହ ଦଳର ପ୍ରାଥମିକ ସଦଶ୍ୟତା ଗ୍ରହଣ କରିଛନ୍ତି । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର,ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି ବିଜେଡ଼ି ର ପୂର୍ବତନ କର୍ପୋରେଟର ରଞ୍ଜିତ୍ କୁମାର ପଟନାୟକଙ୍କୁ ପୁଷ୍ପଗୁଛ ଏବଂ ଉପଢୋକନ ଦେଇ ସ୍ୱାଗତ ଜଣାଇବା ସହ ବ୍ରହ୍ମପୁର ମହାନଗରରେ ରଞ୍ଜିତ୍ ପଟନାୟକ ଙ୍କ ବିଜେପି ରେ ଯୋଗଦାନ ଫଳରେ ଦଳ ଆହୁରି ଅଧିକ ସୁଦୢଢ ହୋଇପାରିବ ବୋଲି ଜିଲ୍ଲା ସଭାପତି ଆଶାବ୍ୟକ୍ତ କରିଛନ୍ତି । ଆଜିର ଏହି ଅନୁଷ୍ଠିତ ମିଶ୍ରଣ ପର୍ବରେ ୨୦ ନଂ ଦଳୀୟ କର୍ପୋରେଟର ପ୍ରାର୍ଥିନୀ ରଞ୍ଜିତା ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର, ଗାନ୍ଧୀନଗର ମଣ୍ଡଳ ସଭାପତି ସତ୍ୟ ନାରାୟଣ ବସନ୍ତିଆ, ସିଏଚ୍.ଆପନା, ସୁନିଲ କୁମାର ସାହୁ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ