ବ୍ରହ୍ମପୁର ମହାନଗର ନିଗମ ବୈଠକ ରେ ହଟଗୋଳ ନେଇ ମେୟର ଙ୍କ ନେତୃତ୍ୱ ବହୁ କର୍ପୋରଟର ଜିଲ୍ଲାପାଳଙ୍କୁ ଭେଟିଲେ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବୁଧବାର ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଦୁଇ କର୍ପୋରଟର ଗୋଷ୍ଠୀ ମଧ୍ୟ ରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା , ଏହା ସହିତ ହଟଗୋଳ ହୋଇଥିଲା,ଏହି ପେରିପ୍ରେକ୍ଷୀ ରେ ଗୁରୁବାର ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଓ ଡେପୁଟି ମେୟର ଇ. ବିବେକ ରେଡ୍ଡୀ ଙ୍କ ନେତୃତ୍ୱ ଏକ କୋପେରେଟର ଗୋଷ୍ଠୀ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁତାଙ୍କ ବାସଭଵନ ରେ ଭେଟିଛନ୍ତି, ବୁଧବାର ବୈଠକ ହୋଇଥିବା ହଟଗୋଳ ବିଷୟରେ ଆଲୋଚନା କରିବା ସହିତ ବିଶୃଙ୍ଖଳାଙ୍କ ବିରୋଧ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ କରିଥିଲେ, ଏନେଇ ଏକ ଲିଖିତ ଅଭିଯୋଗ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ସେମାନେ ପ୍ରଦାନ କରିଥିଲେ, ଏହି ଅବସର ରେ ବ୍ରହ୍ମପୁର ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଲା ଙ୍କ ସମେତ ୧୫ରୁ ଅଧିକ କର୍ପୋରଟର ମାନେ ଉପସ୍ଥିତ ଥିଲେ,ସୂଚନା ଯୋଗ୍ୟ : ବୁଧବାର ମହାନଗର ନିଗମର ବୈଠକ ଆରମ୍ଭ ହେବା ପରେ ଷ୍ଟାଣ୍ଡି କମିଟି ଭଙ୍ଗ କରି ପୁନର୍ଗଠନ କରିବାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ପୋରେଟରମାନେ ମେୟରଙ୍କ ନିକଟରେ ଦାବି କରିଥିଲେ । ଷ୍ଟାଣ୍ଡିଙ୍ଗ କମିଟି ନ ଭାଙ୍ଗିବା ସପକ୍ଷରେ ଆଉ ଏକ ଗୋଷ୍ଠୀ ମଧ୍ୟ ପାଟିତୁଣ୍ଡ କରିଥିଲେ, ମଞ୍ଚ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ବିଏମସି କମିସନର କକ୍ଷତ୍ୟାଗ କରିଥିଲେ ଏବଂ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବହୁ କର୍ପୋରଟର ମାନେ ମଧ୍ୟ ଧାରଣା ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ