ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କୁ ଶୋଷଣ, ପୋଲିସ ପ୍ରଶାସନ ନିରବ

ବ୍ରହ୍ମପୁର (ଯୁୂଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀ ଯାତ୍ରା ରେ ପୂଜକମାନେ ଜୋର ଜବରଦସ୍ତ ଭକଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି। ୨୧ ଟଙ୍କା ନଦେଲେ ନଡ଼ିଆ ଭଙ୍ଗା ଯାଉନି, ଦର୍ଶନ କରିବାପାଇଁ ୧୧ ଟଙ୍କା ମଗାଯାଉଛି, ଏହାର ପ୍ରତିବାଦ କଲେ ପୂଜକ ମାନେ ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ଏଭଳିକି ଆମ ଇଚ୍ଛା, ଯାହା ମାଗିବୁ ଆପଣମାନେ ଦେବାକୁ ବାଧ୍ୟ, ଯାହାକୁ କହିବେ କୁହନ୍ତୁ, ଆମର କେହି କିଛି କରିପାରିବେନି ବୋଲି ପୂଜକ ମାନେ ଧମକ ଚମକ ଦେଉଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି। ଯାତ୍ରା ଆରମ୍ଭ ଦିନଠୁ ଏହା ଚାଲିଛି। ଘଟଣାସ୍ଥଳରେ ପୋଲିସ ମୃତୟନ ଅଛନ୍ତି। ପରିଚାଳନା ପାଇଁ ଅସ୍ଥାୟୀ ମନ୍ଦିର ନିକଟରେ ପୋଲିସ ମୃତୟନ ରହିଛି। ସମସ୍ତଙ୍କ ସମ୍ମୁଖରେ ଏଭଳି କାର‌୍ୟ୍ୟ ଚାଲିଥିବା ବେଳେ ପୋଲିସର ନିରବତା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଆଜି ସକାଳେ କେତେକ ଭକ୍ତ ନଡ଼ିଆ ଭାଙ୍ଗିବାକୁ ୧୧ ଟଙ୍କା ଦେବାରୁ ପୂଜକ ମନେ ସେମାନଙ୍କୁ ୨୧ ଟଙ୍କା ମାଗିଥିଲେ। ଭକ୍ତମାନେ ପ୍ରତିବାଦ କରିବାରୁ ଏହାକୁ ନେଇ କିଛି ସମୟ ପାଇଁ ମନ୍ଦିର ଭିତରେ ପୂଜକ ଓ ଭକ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୂଜକ ମନେ ଦାବି ମୁତାବକ ଟଙ୍କା ନ ଦେଲେ ପୂଜାକରିବେ ନାହିଁ ବୋଲି କହିବାପରେ ବାଧ୍ୟହୋଇ ଭକ୍ତମାନେ ୨୧ ଟଙ୍କା ଦେଇ ନଡ଼ିଆ ଭାଙ୍ଗି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ