ବ୍ରହ୍ମପୁର ମେଡିକାଲ କଲେଜକୁ ୧୧ତମ ଶରୀର ଦାନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ସହରର ଗୌଡ଼ସାହି ନିଵାସୀ ,ସାମାଜିକ କର୍ମୀ ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ପ୍ରଥମ ସଭାପତି S. ଆନନ୍ଦ ରାଓଙ୍କ ଆଜି ସକାଳ ୯ ଘଣ୍ଟା ସମୟସରେ ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁପରେ ଚକ୍ଷୁ ଦାନ ପାଇଁ ସ୍ବୀକାରୋକ୍ତି ପ୍ରଦାନ କରିଥିଲେ। ମାନବଵାଦୀ ହେତୁବାଦୀ ସଂଗଠନର ପ୍ରମୁଖ ନେତୃତ୍ୱ ଜମ୍ମୁଲ ସୁରେଶ ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଭାପତି କେ.ପୁରୁଷୋତ୍ତମ କୁମାର ସୁବୁଦ୍ଧି ଶୋକସନ୍ତପ୍ତ ପରିବାରର ସ୍ତ୍ରୀ ଏସ. ବ ସନ୍ତା, ବଡ ଝିଅ ଏସ. ଦେବୀ ,ମଝିଆ ଝିଅ ପି.ବାଣୀ, ସାନଝିଅ ଏସ.ଦିବ୍ୟା, ବଦଜ୍ୱାଇଁ ପ୍ରଭକର ପାତ୍ର, ମିଟୁ, ଭାଇ ଏସ.ପ୍ରତାପ, ମଧୁ, କଞ୍ଚାଡା ଶ୍ରୀନିବାସ,ତିରୁମୁଳ ରାଓଙ୍କୁ ଶରୀର ଦାନ ପାଇଁ ବୁଝାଇଥିଲେ। ପ୍ରଥମେ ଆନନ୍ଦ ରାଓଙ୍କ ବାସ ଭବନରେ ମେଡିକାଲ କଲେଜ ଚକ୍ଷୁ ବିଭାଗର ଡାକ୍ତର ସୋନାଲି ଓ ଡାକ୍ତର ତପସ୍ୱୀ କର୍ଣ୍ଣିଆ (ଚକ୍ଷୁ) ସଂଗ୍ରହ କରିଥିଲେ। ପରେ ପରେ ଆନନ୍ଦ ରାଓଙ୍କ ମୃତଶରୀରକୁ ବ୍ରହ୍ମପୁର ମେଡିକାଲ କଲେଜର ଆନାଟୋମୀ ବିଭାଗର ମୁଖ୍ୟ ଡାକ୍ତର ଜାମି ସାଗର ପୃଷ୍ଟି ଓ ଡାକ୍ତର ମଧୁସୂଦନ ମିଶ୍ରଙ୍କୁ ଶରୀର ଦାନ କରାଯାଇଥିଲା। ଏହା ବ୍ରହ୍ମପୁର ମେଡିକାଲ, ଆନାଟୋମି ବିଭାଗକୁ ୧୧ତମ ଶରୀର ଦାନ ବୋଲି ଡାକ୍ତର ପୃଷ୍ଟି କହିଥଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ