ବ୍ରହ୍ମପୁର-ରାୟଗଡା ମୁଖ୍ୟ ରାସ୍ତା ଅବରୋଧ

ମୋହନା,(ଅଂଶୁମାନ ପଣ୍ଡା ):ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ତେଲେଙ୍ଗାପଦା ଓ ପୁଣ୍ଡିପଦା ଗ୍ରାମର ୨ ଜଣ ବ୍ୟକ୍ତିଙ୍କୁ ଗତ ଶନିବାର ଦିନ ରାତି ୧୦ଟା ରେ ଗଞ୍ଜାଇ ଚୋରା ଚାଲାଣ ଅଭିଯୋଗରେ ଅଡବା ପୋଲିସ ଗିରଫ କରିଥିଲା |ଉକ୍ତ ଦିନ ଠାରୁ ଆଜକୁ ୬ ଦିନ ଧରି ଉକ୍ତ ୨ ପରିବାର ସହ ଦୁଇ ଗ୍ରାମବାସୀ ନିଜ ନିଜ ପରିବାର ଓ ଛୋଟ ପିଲାଙ୍କୁ ନେଇ ଖରା ବର୍ଷରେ ଥାନା ଫାଟକ ସାମ୍ନାରେ ଶୋଇ ରହିଛନ୍ତି |ପୋଲିସ ବଡ ବାଡ଼ିଆଙ୍କୁ ଛାଡି ନିରୀହ ଗ୍ରାମବାସୀଙ୍କୁ ଶୋଷଣ କରିବାରେ ବ୍ୟସ୍ତ ରହୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଏଥି ସହ ଅଡବା ଥାନା ଅଧିକାରୀ ତପନ କୁମାର ପତି ଓ ଏସ.ଆଇ ଚନ୍ଦନ ଦାଶ ଟଙ୍କା ଲାଞ୍ଚ ନେଇ ମୁଖ୍ୟ ଆସାମୀ ମାନଙ୍କୁ ଛାଡି ନିରୀହଙ୍କୁ ଧରୁ ଥିବାରୁ ଉକ୍ତ ୨ ପୋଲିସ ଅଫିସରଙ୍କୁ କାର୍ଯ୍ୟ ରୁ ବହିଷ୍କାର କରାଯାଉ ଏବଂ ନିରୀହ ଗ୍ରାମ ବାସୀଙ୍କୁ ନିର୍ଦୋଷ ରେ ଖଲାସ କରାଯାଉ ,ଏଇ ଦାବି ନେଇ ୨ ଗ୍ରାମ ବାସୀ ଖରାରେ ଏକ ମା ଛେମୁଣ୍ଡ ୪ ମାସର ଶିଶୁକୁ ରାସ୍ତାରେ ଗଡ଼ାଇ ନ୍ୟୟ ଭିକ୍ଷା କରି ଥିଲେ |ପରେ ମାଜିଷ୍ଟେଟ ଦାଇତ୍ୱ୍ ରେ ଥିବା ମୋହନା ତହସିଲଦାର ସଂଘମିତ୍ରା ଦେବୀ ,ଏସ.ଡି.ପି.ଓ ଦିଲ୍ଲୀପ କୁମାର ନାୟକ ,ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ପୋଲିସ ଟିମ ପହଂଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ