ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ବଣବୁଲାପଲ୍ଲୀ ୟୁପି ସ୍କୁଲ ର ପାଠାଗାର ନିମନ୍ତେ ବହିସହ ବିଭିନ୍ନ ଆବଶ୍ୟକ ସାମଗ୍ରୀ ପ୍ରଦାନ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଣବୁଲା ପଲ୍ଲୀ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଠାଗାର ଛାତ୍ରଛାତ୍ରୀମାନେ ପାଠ ପଢିବା ନିମନ୍ତେ ବ୍ରହ୍ମପୁର ରୋଟାରୀକ୍ଲବ ପକ୍ଷରୁ ବିଭିନ୍ନ ବହି ପତ୍ର ସହ ଟେବୁଲ , ଚେୟାର ଏବଂ ଦୁଇଟି ଆଲମିରା ଆଜି ପ୍ରଦାନ କରିଛନ୍ତି । ଏହି ଅବସରରେ ଆଜି ଏକ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲ।। ଏଥିରେ ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଡଃ. ନରାୟଣ ମିଶ୍ର, ଆଶା ମିଶ୍ର, ଗୋପାଳ କୃଷ୍ଣ ଆଚାରୀ, ଶ୍ରୀନିବାସ ରାଓ, ସୁଦର୍ଶନ ସାହୁ, କେ.ସି .ସାହୁ, ସିଆରସିସି ଦେବରାଜ ପଣ୍ଡା, ବଣବୁଲାପଲ୍ଲୀ ଗ୍ରାମର ସିଏଚ୍.ଜନାର୍ଦ୍ଦନ ରେଡ୍ଡୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ସାମନ୍ତରାୟ, ମାଧବୀ ଆଚାରୀ, ବ୍ରଜେଶ୍ୱରୀ , ପ୍ରଦୀପ କୁମାର ପଲେଇ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜି.କାନଙ୍କେୟା ରେଡ୍ଡୀ, କେ.ରାମୁଲୁ ରେଡ୍ଡୀ, କେ.ଗୁନମ୍ମା ରେଡ୍ଡୀ ଓ ବି.ବାବୁ ରାଓ ପାତ୍ରଙ୍କ ସମେତ ବହୁ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୬ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏହାସହ ୪ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ