ବ୍ରହ୍ମପୁର ସହରର ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ଜିଲ୍ଲାପାଳ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁର ସହରର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ବ୍ରହ୍ମପୁର ମୁନିସିପାଲିଟ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆସନ୍ତା ଜୁନ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ଅବସରରେ ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହ ବ୍ରହ୍ମପୁର ପାର୍କ ସାହି ଠାରେ ନୂତନ ମାର୍କେଟ କମ୍ପେ୍ଲକ୍ସ ଖୋଲିବା ଏବଂ ରାମଲିଙ୍ଗ ରୋଡ ଠାରେ ବୃକ୍ଷ ଲଗାଇ ବନୀକରଣ କରାଇବା ନିମନ୍ତେ ଆଲୋଚନା କରାଯିବାସହ ବ୍ରହ୍ମପୁର ସହରର ସମସ୍ତ ନାଳକୁ ଆବଦ୍ଧ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ସହରର ସମସ୍ତ ସାହିରେ ନାମଫଳକ ଲଗାଇ ରାସ୍ତା ସଙ୍କେତ ଦେବା ଓ ସରକାରଙ୍କ ଅନୁମତି ବିନା ସହରରେ କୌଣସି କୋଚିଙ୍ଗ ସଂସ୍ଥା ଚାଲିନପାରିବା ପ୍ରସଙ୍ଗ ମଧ୍ୟ ଏହି ସଭାରେ ଉଠାଯାଇଥିଲା ଏଥିସହିତ ସହରକୁ ପ୍ରଦୁଷଣ ମୁକ୍ତ ଓ ସ୍ୱଚ୍ଛତା ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରାଯାଇଥଇଲା । ଏହି ସସମ୍ମିଳନୀରେ ଗଞ୍ଜାମ କଲେକ୍ଟର ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ମୁନିସପାଲ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର , ସିଟି ଇଞ୍ଜିନିୟର କେଦାର ଚନ୍ଦ୍ର ଖଟୁଆ, ସି.ଏଫ.ଓ ହରିଶ ଚନ୍ଦ୍ର ପ୍ରଧାନ, ଏଫ.ଆଇ.ଓ ଇପସିତା ରାଣୀ ମିଶ୍ର , ଏ.ଏସ.ଓ ପି . ରଞ୍ଜିତ ପାତ୍ର, ,ଏନଫୋର୍ସମେଣ୍ଟ ଅଫିସର ତରୁଣ କାଣ୍ଟ, ଡେପୁଟି ଇଂଜିନିୟର – ୧ ପ୍ରସାନ୍ତ ପାଢୀ , ଡେପୁଟି ଇଁଜିନିୟର ୨ ସ୍ୟାମ ବାବୁ ସୁବୁଦ୍ଧି ପ୍ରମୁଖ ଏହି ସଭାରେ ଅଂଶ ଗ୍ରହଣ କରି ବ୍ରହ୍ମପୁର ସହରକୁ ସରସ ସୁନ୍ଦର କରି ଗଢିବା ତୋଳିବା ପାଇଁ ଆଲୋଚନା କରିଥିଲେ ।


