ବ୍ରହ୍ମପୁର ସହରର ଚାରି ଦିଗକୁ ସିଲ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ସାରା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛି ଜିଲ୍ଲା ପ୍ରଶାସନ। ଏହାକୁ ଦୃଷ୍ଟିରେ ରଖି ସୋମବାର ବ୍ରହ୍ମପୁର ସହରର ଚାରି ଦିଗକୁ ସିଲ କରି ଦିଆଯାଇଛି। କୌଣସି ଲୋକ ବ୍ରହ୍ମପୁର ଆସିପାରିବେନି କି ଯାଇପାରିବେନି। କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସାମଗ୍ରୀ ମୁକ୍ତ ରହିବ ବୋଲି ସୋମବାର ଅନୁଷ୍ଠିତ ପ୍ରେସମିଟ୍ରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି। କେବଳ ଜରୁରୀ ଦୋକାନ ସକାଳ ୫ ରୁ ସନ୍ଧ୍ୟା ୪ ପର୍ଯ୍ୟନ୍ତ ଖୋଲା । ୧୧ ପ୍ଲାଟୁନ ପୋଲିସ ସହର ଜଗିବେ । ଅଫିସର ମଧ୍ୟ ଜଗିବେ । ଅତ୍ୟାବଶ୍ୟକ ସାମଗ୍ରୀ କାମରେ ହିଁ ବାଇକ ବ୍ୟବହାର କରିପାରିବ।କେବଳ ସ୍ବାସ୍ତ୍ୟ ସେବାକୁ ମାଫ । ଜରୁରୀ ସାମଗ୍ରୀ ବିକ୍ରେତା ଙ୍କୁ ମାଫ । ଯଦି ସହର ବାହାରକୁ ଯିବାକୁ ଇଛା ତେବେ ୧୦୦ ନମ୍ବର କୁ ଡାଏଲ କରି ଉତ୍ତର ମିଳିବା ପରେ ହିଁ ଯାଇ ପାରିବେ ।