ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ବୈଠକ

ଵ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ), ଵ୍ରହ୍ମପୁର ସହରର ମୁଖ୍ୟ ସମସ୍ୟା ହେଲା ପାଣି ସମସ୍ୟା । ଏହି ସମସ୍ୟାକୁ ନେଇ ଆଜି ଗଂଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଵ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଵ୍ରହ୍ମପୁର ଵିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ବିଏମସି କମିଶନର ଚକ୍ରବର୍ତି ସିଂ ରାଥୋଡଙ୍କ ସମେତ ବହୁ ପଦସ୍ତ ଅଧିକାରୀ ବସି ସହରର ପାଣି ସମସ୍ୟା ନେଇ ଆଲୋଚନା କରିଥିଲେ । ମୁଖ୍ୟତଃ ଜନିବିଲ ପାଣି ପ୍ରକଳ୍ପକୁ ନେଇ ଆଲୋଚନା ହୋଇଥିଲା । ତୁରନ୍ତ ସହରବାସୀ ଙ୍କୁ ଯେପରି ପାଣି ବିନା ଦ୍ବିଧାରେ ମିଳିବ, କୌଣସି ସମସ୍ୟା ଦେଖାଯିବ ନାହିଁ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସହରବାସୀ ଯେପରି ଆଉ ପାଣି ସମସ୍ୟାର ସମ୍ମୁଖୀନ ନ ହେବେ ସେ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟତଃ ଵ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସହରବାସୀ ଯେପରି ଆଉ ଏହି ସମସ୍ୟା ର ସମ୍ମୁଖୀନ ନ ହେବେ ସେ ନେଇ ବିଭାଗୀୟ ପଦସ୍ଥ ଅଧିକାରୀଙ୍କୁ କହିଥିଲେ । ପ୍ରତିଦିନ ଏହି ସମସ୍ୟା ଉପୁଜିଲେ ଲୋକେ ନିଶ୍ଚିତ ଭାବେ ଅସ୍ତିର ହେବେ । ତେଣୁ ଯଥା ଶିଘ୍ର ବିହିତ କାର‌୍ୟ୍ୟ କରିବା ସହ ସମସ୍ୟା ଯେଉଁଠି ରହୁଛି ତାହାକୁ ତୁରନ୍ତ ହଟାଇବା ପାଇଁ ନିଜ ମତ ଦେଇଥିଲେ । ସହରର ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ସହରକୁ ୧୬ ତାରିଖରୁ ପାଣି ପ୍ରତି ୱାର୍ଡ କୁ ଆସିବ । ପ୍ରତି ୱାର୍ଡ କୁ କେତେ ପାଣି ଗଲା କେତେ ସମୟ ଗଲା ସେ ନେଇ ମଧ୍ୟ ପ୍ରତି ୧୫ ଦିନରେ ବୈଠକ ବସି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହେବ । ମେଡିକାଲ ଛକ ରେ ଥିବା ଦୁଇଟି ଗେଟ ମଧ୍ୟରୁ ଗୋଟିଏ ଗେଟ ସର୍ବଦା ବନ୍ଦ ରହୁଥିବା ଯୋଗୁଁ ସମସ୍ୟା ଦେଖାଦେଉଛି । ତୁରନ୍ତ ଜରୁରୀ କାଳୀନ ସେବା ପାଇଁ ଖୋଲା ରଖାଯିବା ପାଇଁ ଵିଧ୍ୟାୟକ ବିକ୍ରମ ପଣ୍ଡା ଜିଲାପାଳ ଏବଂ କମିଶନର ଙ୍କ ନିକଟରେ ଦାବି ରଖିଥିଲେ । ସେହିପରି ଵ୍ରହ୍ମପୁର ଷ୍ଟାଡିୟମ ପ୍ରାତଃ ଭ୍ରମଣ ପାଇଁ ସାଧାରଣ ଲୋକଙ୍କ ନିମନ୍ତେ ଖୋଲା ରହିବ । ଏହା ସହ ଏଲ ଆଣ୍ଡ ଟି ସହର ସାରା ଜାନିବିଲି ପ୍ରକଳ୍ପ ପାଇଁ ଖୋଳି ଦେଇଥିବା ଯୋଗୁଁ ଯୁଦ୍ଧ କାଳୀନ ଭିତ୍ତିରେ ସବୁ ଖୋଳା ଯିବା ସ୍ଥାନ ପୂର୍ବପରି ଠିକ କରିବ ନଚେତ ଯଦି କୌଣସି ଲୋକ ଦୁର୍ଘଟଣା ସମ୍ମୁଖୀନ ହୋଇ ଥାନାରେ ଅଭିଯୋଗ କରେ ତେବେ କମ୍ପାନୀ ଉପରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମତ ଦେଇଥିଲେ । ସପଥ ନେଵାର ୧୨ ଦିନ ପରେ ବିଧାୟକ ଲୋକଙ୍କ ମୁଖ୍ୟ କିଛି ସମସ୍ୟା ନେଇ ଦାବି ଉଠାଇଥିବା ଯୋଗୁଁ ଏହା ସହରବାସୀ ଙ୍କ ପାଇଁ ଏକ ଶୁଭ ସୂଚନା ବୋଲି କୁହାଯାଉଛି । ଆଗାମୀ ଦିନରେ ବିଧାୟକ ବିକ୍ରମ ପଣ୍ଡା ଅନେକ ଉର୍ଣ୍ଣତିମୂଳକ କାର‌୍ୟ୍ୟ ସହ ସହରର ସମସ୍ୟା ଗୁଡିକୁ ନେଇ ପ୍ରତି ଅଞ୍ଚଳକୁ ଯାଇ ବୈଠକ କରି ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବେ । ଆଗାମୀ ୫ ବର୍ଷ ମଧ୍ୟରେ ଵ୍ରହ୍ମପୁର ସହରକୁ ଏକ ସୁନ୍ଦର ଏବଂ ସମସ୍ୟା ବିହୀନ ସହର ଗଢିବାକୁ ଵିଧ୍ୟାୟକ ବିକ୍ରମ ପଣ୍ଡା ଚେଷ୍ଟା ଜାରି ରଖିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ