ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ନୂତନ ଆହାରକେନ୍ଦ୍ର ଗୃହ ଉଦ୍ଘାଟିତ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ତିନି ତାରିଖ ପୁରାହ୍ନରେ କାଶୀନଗର ପାଇଁ ନୂତନ ଆହାର କେନ୍ଦ୍ର ଉଦ୍ଘାଟନ କରିଛନ୍ତି | ଉଦ୍ଘାଟନ ଉତ୍ସବ ପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ମାନଙ୍କୁ ପଟା ବଣ୍ଟା ଯାଇଛି | ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ସାଂସଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଅନୁପ ସାହା,ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା,ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର, ଏନ.ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ସମ୍ପନ୍ନା ରାଉତ, ଆଇ.ଆଇ.ସି ଆନନ୍ଦ ଚନ୍ଦ୍ର ପାତ୍ର, ପ୍ରମୁଖ ମଞ୍ଚାସିନୀ ହୋଇଥିଲେ | କାର୍ଯ୍ୟନିର୍ବାହୀ ଅଧିକାରୀ ସମାବେଶର ପରିଚାଳନା କରିଥିଲେ | ଜିଲ୍ଲାପାଳ ଓ ମୁଖ୍ୟ ଅତିଥି ଓଡିଶା ସରକାରଙ୍କର ବିଭିନ୍ନ ଜଣ କଲ୍ୟାଣ କରି ସ୍କିମ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ କୋଭିଡ-୧୯ ସମ୍ପୂର୍ଣ୍ଣ ରୂପେ ହଟିନଥିବା କାରଣରୁ ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ | ଜିଲ୍ଲାପାଳଙ୍କ ଉପସ୍ତିତିରେ ସମାବେଶ ଶେଷ ପରେ କାଶୀନଗର ରଇତ ସଂଘ ଓ କାଶୀନଗର ଜନସାଧାରଙ୍କ ତରଫରୁ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା | ରଇତ ସଂଘ ତରଫରୁ କାଶୀନଗର ବ୍ଲକ ଶିଆଳି ପଞ୍ଚାୟତ ଅନ୍ତର୍ଗତ ପୋଜାମାଡି ମୌଜା ମୂଳପେଟା ନୋରୀ ଠାରେ ଡ୍ୟାମ ନିର୍ମାଣ,ଜିରୋ ଡ୍ୟାମ ମରାମତି, ମେଗା ଜଳସେଚନ ପ୍ରକଳ୍ପକୁ ସୁଚାରୁ ରୂପେ କାର୍ଯ୍ୟ କରିବା ପ୍ରବୃତି ଦାବି ଉପସ୍ଥାପନ କରାଯାଇଥିଲା | ଜନସାଧାରଣ କାଶୀନଗର ଠାରେ ରାଜାରାଣୀ ଏକ୍ସପ୍ରେସର ରହଣି, ଗଜପତିରେ ମେଡିକାଲ କଲେଜ ପ୍ରତିଷ୍ଠା, ପ୍ରଭୃତି ଦାବି ରଖାଯାଇଥିଲା | ସାଂସଦ ଧର୍ଯ୍ୟର ସହ ସବୁ ଦାବି ଗୁଡିକ ଶୁଣି ପୂରଣ ପାଇଁ ସକାରାତ୍ମକ ପଦକ୍ଷେପ ନେବେ ବୋଲି କହିବା ସହ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ |