ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା କାଶୀନଗର ଏନଏସିରେ ଆହାର କେନ୍ଦ୍ରର ନୁତନ କୋଠାଘର ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଏନଏସି ଫରେଷ୍ଟ ଛକ ନିକଟରେ ନିର୍ମାଣ ହୋଇଥିବା ଆହାର କେନ୍ଦ୍ରର ନୁତନ କୋଠାଗୃହକୁ ଆଜି ବ୍ରହ୍ମପୁର ସାଂସଦ ଚନ୍ଦ୍ରସେଖର ସାହୁ ଶୁଭ ଉଦ୍ଘାଟନ କରିଛନ୍ତି । କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏହି କୋଠାଟି ନିର୍ମାଣ ହୋଇଥିଲା । ଆଜି ଏହାର ଶୁଭ ଉଦ୍ଘାଟନ ସହ ଜନସାଧାରଣଙ୍କୁ ୫ଟଙ୍କାରେ ଆହାର ଯୋଗାଣ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରସେଖର ସାହୁ ଶୁଭାରମ୍ଭ କରି ନବୀନ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଗଜପତି ଜିଲ୍ଲାପାଳ ଅନୁପମ ସାହା,ପାରଳା ଉପ-ଜିଲ୍ଲାପାଳ ତଥା କାଶୀନଗର ଏନଏସିର ପ୍ରଶାସକ ସଂଗ୍ରାମ ଶେଖର ପଣ୍ଡା,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣୀ ସତ୍ୟସଂପର୍ଣ୍ଣା ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ କାଶୀନଗର ତହସିଲଦାର ଶାନ୍ତିସ୍ୱରୁପ ମିଶ୍ରଙ୍କ ଦ୍ୱାରା ଆୟୋଜିତ ପଟ୍ଟାବଣ୍ଟନ କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରସେଖର ସାହୁ ଯୋଗଦେଇ ଗୃହହୀନଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ଜିଲ୍ଲା ବିଜେଡି ଯୁବ ସଭାପତି ଏସ ଲିଙ୍ଗରାଜ ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ସାମାଜିକ ଦୁରତାକୁ ରକ୍ଷା କରି ଯୋଗ ଦେଇଥିଲେ ।