ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଛେଳିଗଡ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଆଜି ଗଜପତି ଜିଲ୍ଲାର ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସାଂସଦ ଶ୍ରୀସାହୁ, ଏନେଇ କହିଛନ୍ତି ଛେଳିଗଡ ଜଳସେଚନ ପ୍ରକଳ୍ପ ଦ୍ୱାରା ଆଶିଂକବୁଡି ଓ ସମ୍ପୂର୍ଣ୍ଣବୁଡି ଅଞ୍ଚଳର ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ସେମାନଙ୍କର ସମସ୍ୟା ଓ ତାର ସମାଧାନ ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ବିଚାର ବିମର୍ଶ କରିଛନ୍ତି । ଏହାପରେ ସାଂସଦ ଶ୍ରୀ ସାହୁ ଛେଳିଗଡ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଆରମ୍ଭ ହୋଇଥିବା ୧.୩ କିମି ବିଶିଷ୍ଟ ଏକ ଟନେଲ ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ପ୍ରକଳ୍ପର ଡ୍ୟାମ ଅଞ୍ଚଳ ପରିଦର୍ଶନ କରି ଅଗ୍ରଗତିର ସମୀକ୍ଷା କରିଥିଲେ । ପରିଶେଷରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଯେପରି ତୁରନ୍ତ ନିର୍ମାଣ କାର୍ଯ୍ୟ ସମାପନ କରି ଲୋକଙ୍କୁ ଚାଷ ବେଉଷଣ ପାଇଁ ପାଣି ଯୋଗାଇ ସର୍ବସାଧାରଣଙ୍କ ଉନ୍ନତି ପାଇଁ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛେଳିଗଡ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ମହାରଣାଙ୍କ ସମେତ ବିଭାଗୀୟ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ବିଜେଡିର ବରିଷ୍ଠ ନେତା ଅନ୍ତର୍ଯ୍ୟମୀ ଗମାଙ୍ଗଙ୍କ ସହ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।