ବ୍ରହ୍ମପୁର ସ୍ଥିତି ସଙ୍ଗିନ ଟେଷ୍ଟ କଲେ ଆସୁଛି ପୋଜିଟିଭ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁରରେ ୭୦ଟି ଟିମ୍‌ ଗଠନ କରାଯାଇ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥବସ୍ଥା ସ୍କ୍ରିନିଂ କରାଯାଇଛି । ମୋଟ୍‌ ୩ ଲକ୍ଷ ୭୧ହଜାର ୩୨୨ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିବା ବ୍ରହ୍ମପୁର ମହାନଗର ନିଗମ ସୂଚନା ଦେଇଛନ୍ତି । ୩ ଲକ୍ଷ ୭୧ ହଜାର, ୩୨୨ ଜଣଙ୍କର ସ୍କ୍ରିନିଂ କରାଯାଇଥିବା ବେଳେ ୨୧୭ ଜଣଙ୍କର ସନ୍ଦେହଜନକ ଲକ୍ଷଣ ବାହାରିଥିଲା । ସେମାନଙ୍କ ସ୍ୱାବ ପରୀକ୍ଷଣରୁ ୬୫ ଜଣ କରୋନା ପଜେଟିଭ୍‌ ଥିବା ଜଣା ପଡିଛି ।ଗଞ୍ଜାମ ଜିଲ୍ଲାରେ କରୋନା ଦିନକୁ ଦିନ କରଳା ରୂପ ଧାରଣ କରୁଛି । ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏଥିରେ ଯୁବ ବର୍ଗ ମଧ୍ୟ ଅଧିକ ସଂକ୍ରମିତ ହେଉଥିବା ଦେଖାଯାଇଛି । ଏଥିପାଇଁ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି ।ଗଞ୍ଜାମ ଜିଲ୍ଲାରେ କରୋନାର ଭୟଙ୍କର ରୂପ । ଗୋଟିଏ ଦିନରେ ରେକର୍ଡ ୨୧୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୬ ପହଞ୍ଚିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ