ବ୍ରହ୍ମପୁୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଛତ୍ରପୁର ଓକିଲ ସଂଘର ସତ୍ୟାଗ୍ରହ
ଛତ୍ରପୁର, (ଦେବଦତ୍ତ ମହାରଣା) : ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଶନିବାର ଛତ୍ରପୁର ସିଭିଲ କୋର୍ଟ ପରିସରରେ ଛତ୍ରପୁର ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରତି ମାସର ଶେଷ କାର୍ଯ୍ୟ ଦିବସକୁ ଛତ୍ରପୁର ଓକିଲ ସଂଘର ସଦସ୍ୟମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ସତ୍ୟାଗ୍ରହ କରୁଛନ୍ତି । ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ଏଲ୍.ଗୋପାଳ ରାଓଙ୍କ ସମେତ ବହୁ ଆଇନଜୀବୀ ବିଭିନ୍ନ ନାରାବାଜି ଦେଇ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ପୂର୍ବତନ ସଭାପତି ରାମଚନ୍ଦ୍ର ବେହେରା, ଦେବେନ୍ଦ୍ର ମିଶ୍ର, ସୁରଜିତ ସାମନ୍ତରାୟ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଡି. ଆଦି ନାରାୟଣ ରେଡ୍ଡି, ସିମାଞ୍ଚଳ ମହାପାତ୍ର, ବାବୁ ନାହାକ, ମନୋଜ କୁମାର ବେହେରା, ପରମାନନ୍ଦ ମିଶ୍ର, ସୁଶାନ୍ତ କୁମାର ପଟ୍ଟନାୟକ, ବ୍ରଜ ମୋହନ ଆଚାର୍ଯ୍ୟ, ପି. ଧର୍ମା ରେଡ୍ଡି, ସୁରେଶ କୁମାର ପଟ୍ଟନାୟକ, କମଳ ଲୋଚନ ଦାସ, ସୁରେଶ କୁମାର ପଣ୍ଡା, କାଳୀ ଚରଣ ଦାସ, ପଦ୍ମ ଚରଣ ସାହୁ, ସୈାରୀ ପ୍ରସାଦ ବେହେରା, ପ୍ରଦୀପ କୁମାର ପାତ୍ର, ପଦ୍ମ ଚରଣ ସାହୁ, ଡି. ମୋହନ ରେଡ୍ଡି, ଅପସରା ଜାନ୍, ସସ୍ମିତା ଦାସ ଓ ମମତା ସେଠୀଙ୍କ ସମେତ ବହୁ ଆଇନଜିବୀ ମାନେ ସାମିଲ ଥିଲେ ।