ବ୍ରହ୍ମବରଦାରେ ବିଜେଡିର ମହାସମାବେଶ
କୁଆଖିଆ(ଜୁଗାବ୍ଦ ନ୍ୟୁଜ୍): ରସୁଲପୁର ବ୍ଲକ୍ ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ପ୍ରଥମଖଣ୍ଡ, ରାଜେନ୍ଦ୍ରପୁର, ଅତଲାପୁର, ସାମନ୍ତରାପୁର, ମଙ୍ଗରାଜପୁର, ରାଉତରାପୁର, ମହେଶ୍ୱରପୁର, ବ୍ରହ୍ମବରଦା ଓ ବନ୍ଧଢ଼ିହ ୧୦ ପଞ୍ଚାୟତର ବିଜେଡି ପକ୍ଷରୁ ଏକ ମହା ସମାବେଶ ବ୍ରହ୍ମବରଦା ସ୍ଥିତ ଦୁର୍ଗାମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦୀପ ଦାସଙ୍କ ସଭାପତିତ୍ୱ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଯାଜପୁର ହେଉଛି ଏକ ଭାଇଚାରର ଅଞ୍ଚଳ,ଏହାର ବିକାଶ ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସବୁକ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି । ଯାହାଫଳରେ ଏସଏଚଜି ମାଧ୍ୟମରେ ବର୍ତମାନ ରାଜ୍ୟରେ ୭୦ ଲକ୍ଷ ମହିଳା ସ୍ୱାବଲମ୍ବି ହୋଇପାରିଛନ୍ତି ବୋଲି କହିଥିଲେ । ଆଗାମୀ ଦିନରେ ବରୀର ବିକାଶ ଓ ସୁରକ୍ଷା ଦିଗରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ ମତବ୍ୟକ୍ତ କରି ବିଜେଡି ଲୋକସଭା ପ୍ରାର୍ଥି ଶର୍ମିଷ୍ଠା ସେଠୀ ଓ ବରୀ ବିଧାନସଭା ପ୍ରାର୍ଥୀ ସୁନନ୍ଦା ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ କହିଥିଲେ । ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ରୀତା ତରାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଯାଜପୁର ବିଜେଡି ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ, ବରୀ ବିଜେଡି ବିଧାୟକ ପ୍ରାର୍ଥିନୀ ସୁନନ୍ଦା ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ବିଜେଡି ଶାସନ ସମୟରେ ମହିଳା ସଶକ୍ତି କରଣ, ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ପ୍ରାଧାନ୍ୟ,ସର୍ବୋପରି ଚଳିତ ନିର୍ବାଚନରେ ମହିଳାମାନଙ୍କୁ ବିଜେଡି ପକ୍ଷରୁ ୩୩% ଟିକେଟ ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ଅତଲାପୁର ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ରହ୍ମବରଦା ସରପଞ୍ଚ ବିଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ରାଜେନ୍ଦ୍ରପୁର ସରପଞ୍ଚ ସୁଶାନ୍ତ ବେହେରା, ସାମନ୍ତରାପୁର ସରପଞ୍ଚ ଅଭିମନ୍ୟୁ ମହାଳିକ, ଅର୍ଥଙ୍ଗା ସରପଞ୍ଚ ସୂର୍ଯ୍ୟମଣି ବେହେରା, ଛବିଳ ଜେନା, ସନାତନ ବାରିକ, ଜିଲ୍ଲା ବିଜେଡି ଯୁବ ଉପସଭାପତି ପ୍ରଭାତ ପୃଷ୍ଟିଙ୍କ ସମେତ ଅନ୍ୟମାନେ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।