ବ୍ରହ୍ମାକୁମାରୀର ତ୍ରୀମୂର୍ତ୍ତି ଶିବ ଜୟନ୍ତୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସ୍ଥିତ ଓମ୍ ଶାନ୍ତି କଲୋନୀଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶାନ୍ତିସଂଦେଶ ଭବନଠାରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ. ତିରୁପତି ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ,ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାନବ ସମାଜକୁ ନୁତନ ଦିଗ ଓ ଚରିତ୍ର ନିର୍ମାଣ ଏବଂ ନିଶାମୁକ୍ତ କରିବାପାଇଁ ଉପଦେଶ ସମାଜକୁ ଉତ୍ତମ ରାସ୍ତାରେ ପରିଚାଳିତ କରୁଛନ୍ତି । ତେଣୁ ଏହାର ମହତ୍ୱବାଣୀ ପ୍ରତ୍ୟେକ ମନୁଷ୍ୟ ଗ୍ରହଣ କରିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବ୍ରହ୍ମାକୁମାରୀ ମାଳା ଭଉଣୀ ଯୋଗଦେଇ ମନୁଷ୍ୟ ଆତ୍ମା ୫ ବିକାର ରୁଦ୍ଧ ଅନ୍ଧାରରୁ ମୁକ୍ତ ହେବ ସେତେବେଳେ ମହାଶିବରାତ୍ରି ପରକୃତରେ ପାଳନ କରାଯାଇପାରିବ । ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକେଲ କଲେଜର ଭାଇସ୍ ଚେୟାରମେନ ବାସୁଦେବ ବେହେରା ଯୋଗଦେଇ କହିଥିଲେ ଯେ ବ୍ରହ୍ମାକୁମାରୀ ସଂସ୍ଥାରେ ଯୋଗର ମହତ୍ତ୍ୱ ବହୁତ ଅଛି । ଏହି କାର୍ଯ୍ୟକ୍ରମକୁ ବି.କେ.ଲିପି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ