ବ୍ରହ୍ମାକୁମାରୀସ୍,ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ପ୍ରଶାସନରେ ଉକୃଷ୍ଟତା ସକାଶେ ଆଧ୍ୟାତ୍ମିକଥା ସମ୍ପର୍କରେ ରାଷ୍ଟ୍ରୀୟ ସମ୍ମିଳନୀ ଉଦଯାପିତ

ବ୍ରହ୍ମପୁର, ( ଅନିଲ କୁମାର):ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଜିଲ୍ଲାସ୍ତରୀୟ ପ୍ରଶାସକ ବର୍ଗଙ୍କ ପାଇଁ ଉଦିଷ୍ଟ ୧୫ଦିନ ବ୍ୟାପି ପ୍ରଶାସନିକ ଅଭିଯାନରେ ସମାପ୍ତି ଅବସରରେ ଆଜି ପୂବହ୍ନରେ ପ୍ରଶାସନରେ ଉକୃଷ୍ଟତା ସକାଶେ ଆଧ୍ୟାତ୍ମିକଥା ଶୀର୍ଷକ ଏକ ରାଷ୍ଟ୍ରୀୟ ସମ୍ମିଳନୀ ର ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଅଭିଯାନରେ ମୂଲ୍ୟ ବୋଧ ଏବଂ ଆଧ୍ୟାତ୍ମିକତା ଦ୍ଵାରା ଏକ ଉନ୍ନତ,ସଶକ୍ତ, ବିକାଶମୁଖୀ, ପ୍ରଭାବଶାଳୀ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମ୍ପର୍କରେ ସଚେତନ କରାଯାଇଥିଲା।ମଞ୍ଚାସିନ ଅତିଥି ମାନଙ୍କ ଗ୍ରହଣ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ଓ ରାଜ୍ୟ ଶ୍ରମିକ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଭ୍ରାତା ଶ୍ରୀକାନ୍ତ ସାହୁ ଯୋଗଦେଇ ଏହି ଦୃତ ପରିବର୍ତ୍ତନ ଶିଳ ସମାଜରେ ପ୍ରତ୍ୟେକ ପ୍ରଶାସକ ଆଧ୍ୟାତ୍ମିକ ଚେତନା ସମ୍ପନ୍ନ ହୋଇ ନିଜକୁ ପରିବର୍ତ୍ତନ କରିପାରିଲେ ସମାଜରେ ଏକ ସୁସ୍ଥ ସକରାତ୍ମକ ବାତାବରଣ ସଞ୍ଚାର ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ ଏବଂ ଏହି ପରି ଉକ୍ତ ପ୍ରଶାସନିକ ସଫଳତା ପ୍ରତ୍ୟେକ ଜିଲ୍ଲା ରାଜ୍ୟ ଏବଂ ରାଷ୍ଟ୍ର ସ୍ତରରେ ପରିବ୍ୟାପ୍ତ ହୋଇ ସମଗ୍ର ବିଶ୍ୱ କଲ୍ୟାଣ କରିପାରିବ । ସମ୍ମାନୀୟ ଅତିଥି ରୂପେ RDC.office ର ଜାତି ଜନଜାତି ଉନ୍ନୟନ ବିଭାଗର ଉପନିର୍ଦ୍ଦେଶକ ଭ୍ରାତା କୃପାସିନ୍ଧୁ ବେହେରା ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସମୟରେ ବିଜ୍ଞାନର ଉଦ୍ଭାବନ ଏବଂ ଦୃତ ଅଗ୍ର କ୍ଷତି ଫଳରେ ଭୌତିକତା ଚ଼ରମ ସୀମା ରେ ପହଞ୍ଚିଛି। ଏଣୁ ପ୍ରତ୍ୟେକ ପ୍ରଶାସକ ଏଥିରୁ ମୁକ୍ତ ହୋଇ ସୁଚରିତ୍ର ଏବଂ ଦାୟିତ୍ଵ ବୋଧ ଦ୍ଵାରା ସମାଜକୁ ସଠିକ ଦିଗ ପରିଦର୍ଶନ ଦେଇ ପାରିବେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଖଲିକୋଟ ବିଶ୍ଵବିଦ୍ୟାଳୟ ର କୁଳପତି ଭ୍ରାତା ପ୍ରଫୁଲ କୁମାର ମହାନ୍ତି ଏବଂ ପରିକ୍ଷା ନିରୀକ୍ଷକ ଭ୍ରାତା ଡ଼ା. ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଉକ୍ତ ଅଭିଯାନର ସଫଳତା କାମନା କରିବା ପୂର୍ବକ ପ୍ରଶାସନିକ ଗୁଣ ବତ୍ତା ନିଶ୍ଚିନ୍ତତା ଏବଂ ଶୃଙ୍ଖଳା ଭାବ ସହ ଜନ ସମାଜର ସେବା କରିବା ଦ୍ୱାରା ଏକ ପ୍ରଗତିଶୀଳ ସମାଜ ନିର୍ମାଣ ହୋଇପାରିବ ବୋଲି କହିଥିଲେ। ସମ୍ମାନୀୟ ଅତିଥି ରୂପେ M.K.C.G ମେଡିକାଲ କଲେଜର ଭେଷଜ ବିଭାଗର Assistant Professor Dr. ଚ଼ନ୍ଦନ କୁମାର ଶନ୍ତାୟତ ଯୋଗ ଦେଇ ପ୍ରଶାସକ ବର୍ଗ ଅହଂଶୂନ୍ୟ ତଥା ମୂଲ୍ୟ ସମ୍ପନ୍ନ ହେବାଦ୍ବାରା କାର୍ଯ୍ୟ କ୍ଷେତ୍ର ଏବଂ ବ୍ୟବହାରିକ କ୍ଷେତ୍ରରେ ସନ୍ତୁଳନ ରଖିପାରିବେ ବୋଲି କହିଥିଲେ ବ୍ରହ୍ମାକୁମାରୀସ୍ ସବ-ଜେକ ସଞ୍ଚାଳିକା ରାଜଯୋଗିନୀ ଭଗ୍ନୀ ମଞ୍ଜୁ ନିଜର ଆଶ୍ରୀବଚନ ମାଧ୍ୟମରେ କହିଥିଲେ ଯେ ପରମ ପ୍ରଶାସକ ଶିବ ପରମ ଆତ୍ମା ଙ୍କ ମାନବୀୟ ମୂଲ୍ୟବୋଧ ଶିକ୍ଷା ଧାରଣା ର ଆଧାର ରେ ନିଜ କର୍ମ ଇନ୍ଦ୍ରିୟ ର ପ୍ରଶାସକ ହେବା ଦ୍ବାରା ସମାଜ ତଥା ରାଷ୍ଟ୍ର ରେ ପ୍ରଶାସନିକ ସ୍ବଚ୍ଛତା ଓ ପାରଦର୍ଶିତା ପୁନଃ ପ୍ରତିଷ୍ଠା ହୋଇପାରିବ। P.U.R.C. ର ନିର୍ଦ୍ଦେଶିକା ରାଜଯୋଗିନୀ ଭଗ୍ନୀ ମାଳା ରାଜଯୋଗର ଅଭ୍ୟାସ କରାଇବା ପୂର୍ବକ ମଞ୍ଚ ପରିଚାଳନା କରି ନିଜ ବକ୍ତବ୍ୟରେ କହିଥିଲେ ଯେ ଉକ୍ତ ୧୫ଦିନ ବ୍ୟାପି ଅଭିଯାନ ମାଧ୍ୟମରେ ଗଞ୍ଜାମ, ଗଜପତି, ନୟାଗଡ଼ ଏବଂ ଶ୍ରୀକାକୁଲମ୍ ର ସମସ୍ତ ପ୍ରଶାସକ ବର୍ଗଙ୍କ ସହ ସୁସମ୍ପର୍କ ସ୍ଥାପନ କରି ପ୍ରଶାସନରେ ଉତ୍କୃଷ୍ଟତା ଆସିବାର ସରଳ ମାର୍ଗ ସମ୍ପର୍କରେ ସ୍ପଷ୍ଟିକରଣ ପ୍ରଦାନ କରାଯାଇଥିଲା। ବ୍ର.କୁ. ପ୍ରଭାତୀ ଅଭିଯାନ ସମ୍ପର୍କରେ ଅନୁଭୂତି ବର୍ଣ୍ଣନା କରିଥିବାବେଳେ ଭଗ୍ନୀ ବ୍ର.କୁ.ଅରୁନ୍ଧତୀ ପ୍ରଶାସନିକ କାର୍ଯ୍ୟାଳୟରେ ସମସ୍ତ ଅଧିକାରୀ ଗଣ ଙ୍କୁ ସକରାତ୍ମକ ଦିଶାରେ ପରିଚାଳିତ ହେବା ପାଇଁ ଶପଥ ପାଠ କରାଇଥିଲେ । ବ୍ର.କୁ.ସୁଜତା ପ୍ରଶାସନିକ କାର୍ଯ୍ୟାଳୟରେ ରାଜଯୋଗର ଅଭ୍ୟାସ କରାଇଥିଲେ। ରୋଲାଣ୍ଡ ଇଂଜିନିୟରିଂ କଲେଜର ମେକାନିକାଲ ବିଭାଗର Assistant Professor ଭ୍ରାତା ଇଂ ଜୟଦେବ ସାହୁ ଶିବଙ୍କ ସ୍ବାଗତ ନୃତ୍ୟ “ ଗଙ୍ଗା ତରଙ୍ଗ ” ପରିବେଷଣ କରିଥିବା ବେଳେ ଭଗ୍ନୀ ବ୍ର.କୁ.ପ୍ରୀୟାଶୀଂ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ ଦ୍ବାରା ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ