ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡ ତରଫରୁ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର,(ଅନିଲ କୁମାର):ସନ୍ଧ୍ୟା ୭ ଘଣ୍ଟା ସମୟରେ ସ୍ଥାନୀୟ ଗିରିରୋଡସ୍ଥିତ ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ୧୦ତମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଅଛି । ଏଥିରେ ଆଲୋଚ୍ୟ ବିଷୟ ଥିଲା ମାନବିକତା ଏବଂ ଶାନ୍ତି ସକାଶେ ଯୋଗ । ମୁଖ୍ୟ ଅତିଥି ରୂପେ ରାଜ୍ୟ ପରିବହନ, ବାଣିଜ୍ୟ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଭ୍ରାତା ବିଭୂତି ଭୂଷଣ ଜେନା ଯୋଗଦେଇ ଆଜିର ଯୋଗ ଦିବସକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି କହିଥିଲେ ଯେ, ୧୦ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଦ୍ୱାରା ଘୋଷିତ ହୋଇଥିବା ଏହି ଯୋଗଦିବସକୁ ମିଳିତ ରାଷ୍ଟ୍ର ସଂଘ ସମେତ ବିଶ୍ୱର ୨୦୦ଟି ଦେଶ ସ୍ୱୀକାର କରି ଆସୁଛନ୍ତି । ଏହି ଯୋଗ ହେଉଛି ଜୀବନର ଏକ ଅଭିନ୍ନ ଅଙ୍ଗ । ଏହା ମନୁଷ୍ୟ ମନର ଆବେଗକୁ ଆୟତ୍ତ କରିବା ସହ ନିଷ୍କାମ କର୍ମଯୋଗୀ ହେବାର ପ୍ରେରଣା ଦେଇଥାଏ । ଏଣୁ ବ୍ୟବହାରିକ ଜୀବନରେ କୁଶଳତା ପ୍ରାପ୍ତ ସହିତ ଅପରିଗ୍ରହ, ତପ ଏବଂ ବ୍ରହ୍ମଚର୍ଯ୍ୟ ବ୍ରତ ଦ୍ୱାରା ଏକ ସୁଖମୟ ଶାନ୍ତ, ସମୃଦ୍ଧ ସମାଜ ସ୍ଥପାନ କରିହେବ । ଦିଗପହଣ୍ଡି ବିଧାୟକ ଭ୍ରାତା ସିଦ୍ଧାନ୍ତ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଜିର ଯୋଗଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସର୍ବସାଧାରଣରେ ଏହି ଯୋଗର ଅଭ୍ୟାସ ଏବଂ ପ୍ରୟୋଗ ଦ୍ୱାରା ଆମର ସଂକଳ୍ପ, ବାଣୀ ଏବଂ କର୍ମ ଅନ୍ୟକୁ ସୁଖ, ଶାନ୍ତି, ପବିତ୍ରତା, ଧୈର୍ଯ୍ୟ, କରୁଣା ଏବଂ ନିଃସ୍ୱାର୍ଥ ସ୍ନେହ ପ୍ରଦାନ କରାଇପାରିବ । ବ୍ରହ୍ମପୁର ଏବଂ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ କୁଳପତି ଭଗିନୀ ଗୀତାଞ୍ଜଳି ଦାଶ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆମ ଭାରତର ଏହି ଯୋଗ ସର୍ବପୁରାତନ ଏବଂ ବିଶ୍ୱ ଉପଯୋଗୀ ଅଟେ । ଏହାର ନିତ୍ୟ ଅଭ୍ୟାସ ଦ୍ୱାରା ମନରେ ଦିବ୍ୟ ଶକ୍ତି, ଶାନ୍ତି, ଆନନ୍ଦ ପ୍ରାପ୍ତି ସହ ଏହି ବିଶ୍ୱରେ ସ୍ୱଚ୍ଛ, ସୁସ୍ଥ, ସୁଖମୟ ଓ ନିରାମୟ ବାତାବରଣ ସଞ୍ଚରିତ ହୋଇପାରିବ । ବରି ସିଭିଲ ଜଜ ଭଗିନୀ ସରୋଜିନୀ ସାହୁ ଆଜିର ଦିବସ ପ୍ରତି ଶୁଭକାମନା ଜ୍ଞାପନା ପୂର୍ବକ ଦୈନନ୍ଦିନ ଜୀବନରେ କିଛି ସମୟ ବାହାର କରି ପ୍ରତ୍ୟେକ ବ୍ୟକ୍ତି ପରମାତ୍ମ ପ୍ରଦତ୍ତ ସହଜ ରାଜଯୋଗ ଅଭ୍ୟାସ ଦ୍ୱାରା ଆଧୁନିକ ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆସିପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ରୂପେ ମାଉଣ୍ଟଆବୁସ୍ଥିତ ବରି । ରାଜଯୋଗଶିକ୍ଷିକା ମାସିକ ଜ୍ଞାନାମୃତ ଏବଂ ହରିୟାଲୀର ସମ୍ପାଦକ ଭଗିନୀ ରାଜଯୋଗିନୀ ବ୍ରହ୍ମାକୁମାରୀ ଉର୍ମିଳା ଭୌତିକ ଯୋଗ, ମାନସିକ ଯୋଗ, ବୌଦ୍ଧିକଯୋଗ ଏବଂ ଆଧ୍ୟାତ୍ମିକ ଯୋଗର ବର୍ଣ୍ଣନା କରିବା ପୂର୍ବକ ସର୍ବଶ୍ରେ ରାଜଯୋଗ ଦ୍ୱାରା ମନକୁ ପରମାତ୍ମାଙ୍କ ସହିତ ଏକାଗ୍ର କରି ନିଜେ ସର୍ବଗୁଣ ସମ୍ପନ୍ନ ଏବଂ ଷୋହଳକଳା ସମ୍ପୂର୍ଣ୍ଣ ତଥା ସମ୍ପୂର୍ଣ୍ଣ ଅହିଂସକ ହୋଇ ବିଶ୍ୱର ପ୍ରତି ସମସ୍ୟାର ସରଳ ସମାଧାନ କରିପାରିବା ବୋଲି କହିଥିଲେ । ବ୍ରହ୍ମାକୁମାରୀସ୍ ସବଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ନିଜ ଆଶୀର୍ବଚନରେ ଯୋଗର ପ୍ରାସଙ୍ଗିକତା ସମ୍ପର୍କରେ କହିଥିଲେ ଯେ ଆତ୍ମାର ପରମାତ୍ମାଙ୍କ ସହ ସର୍ବସମ୍ବନ୍ଧ ସ୍ଥାପନା ପୂର୍ବକ ଆନ୍ତରିକ୍ତ ଶାନ୍ତି, ଦିବ୍ୟଆନନ୍ଦ ପ୍ରାପ୍ତ କରି ସମାଜରେ ଏକ ଦୈବୀ ସାମ୍ରାଜ୍ୟ ସ୍ଥାପନ ହୋଇପାରିବ । ବ୍ରହ୍ମପୁର ସବଜୋନ ସହ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଲା ରାଜଯୋଗର ଅଭ୍ୟାସ କରାଇବା ସହ ମନରେ ପରମାତ୍ମ ଅନୁଭୂତି ସଞ୍ଚାର କରାଇଥିଲେ । ନିଳାଚଳ ନଗର ଉପସେବା କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ପ୍ରଶଂସା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କାର୍ଯ୍ୟବିଧି ବର୍ଣ୍ଣନା କରିବା ସହ ସଭାକାର୍ଯ୍ୟର ସୁପରିଚାଳନା କରିଥିଲେ । ପରିଶେଷରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏକ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ