ବ୍ରହ୍ମାକୁମାରୀସ୍, ଶାନ୍ତି କୁଣ୍ଡରେ ପ୍ରଶାସକ ବର୍ଗର ଅଭିଯାନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ବ୍ରହ୍ମପୁର, (ଅନିଲ କୁମାର):ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ଶାନ୍ତିକୁଣ୍ଡ , ଗିରିରୋଡ଼ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ ଘ. ୧୦.୩୦ ମିନିଟ୍ ସମୟରେ ଏକ ୧୫ ଦିନ ବ୍ୟାପି ପ୍ରଶାସକ ବର୍ଗର ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ବିସ୍ତୃତ ବିବରଣୀ ଅବଗତ କରାଇବା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରାଶାସକ ବର୍ଗ ଯେପରି ଚିନ୍ତା ତଥା ମାନସିକ ଚାପଗ୍ରସ୍ତ ହୋଇ କର୍ମ ବ୍ୟବହାରରେ ଆସୁଛନ୍ତି, ସେଥିରେ ସୁଧାର ଆଣିବା ସକାଶେ ଭାରତୀୟ, ଆଧ୍ୟାତ୍ମିକ, ସାଂସ୍କୃତିକ ତଥା ଜୀବନ ମୂଲ୍ୟର ଶିକ୍ଷା ସଞ୍ଚାର ଦ୍ଵାରା “ପ୍ରଶାସନିରେ ଉତ୍କୃଷ୍ଟତା ଆଣିବା ସକାଶେ ଆଧ୍ୟାତ୍ମିକ” ବିଷୟ ସମ୍ପର୍କରେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଆଲୋଚ୍ୟ ବିଷୟ ଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଓଡି଼ଶା, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ସମୂହ T.K.C. ଗ୍ରୁପ୍ ର Regional Manager ଭ୍ରାତା ପ୍ରିୟ ରଞ୍ଜନ ମହାପାତ୍ର ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ବ୍ୟକ୍ତବ୍ୟରେ କହିଥିଲେ ଯେ , ବର୍ତ୍ତମାନ ସମୟର ଦୃତ ପରିବର୍ତ୍ତନ ପରିପ୍ରେକ୍ଷୀରେ ପ୍ରଶାସନ କ୍ଷେତ୍ରରେ ରହୁଥିବା ବ୍ୟକ୍ତି ବିଶେଷ ନିଜର ଚିନ୍ତାଧାରାକୁ ପରମାତ୍ମ-ଅର୍ପଣ କରିବା ଦ୍ୱାରା ସେମାନେ ବିପରୀତ ପରିସ୍ଥିତି ରେ ମଧ୍ୟ ସମାଜରେ ଶାନ୍ତି, ସମନ୍ୱୟ ଏବଂ ସଦ୍-ଭାବନାର ବାତାବରଣ ବ୍ୟାପ୍ତ କରିପାରିବେ। ରୋଟାରୀ କ୍ଳବ୍ (ସେଣ୍ଟ୍ରାଲ୍) ର ପ୍ରେସିଡେଣ୍ଟ ତଥା ଆଦିତ୍ୟ ବିରଳା ଗ୍ରୁପ୍ ର Financial Planner ଭଗ୍ନୀ ଝରଣା ପଣ୍ଡା ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇ ନିଜ ବ୍ୟକ୍ଟବ୍ୟରେ କହିଥିଲେ ଯେ, ଆମ ରାଜ୍ୟ ତଥା ଦେଶର ପ୍ରଶାସନରେ Engine ସଦୃଶ୍ୟ ପ୍ରଶାସକ ବର୍ଗ ଅଗ୍ରଦୂତ ସାଜି ନୈତିକ ମନୋବଳ, ଦୃଦତ, ଅଦ୍ୟମ ଇଚ୍ଛାଶକ୍ତି ଏବଂ ଶୃଙ୍ଖଳିତ ଜୀବନ ଦ୍ଵାରା ପ୍ରତେକ କର୍ମ ସମ୍ପାଦନ କଲେ ପ୍ରଶାସନରେ ଉକୃଷ୍ଟତା ଆସିପାରିବ । ବ୍ରହ୍ମାକୁମାରୀସ୍ , ବ୍ରହ୍ମପୁର ସବ୍-ଜୋନ୍ ସଞ୍ଚାଳିକ ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମଞ୍ଜୁ ନିଜ ଆର୍ଶୀବଚ଼ନରେ କହିଥିଲେ ଯେ, ସମାଜରେ ପରିବର୍ତ୍ତନ ଆଣିବା ସକାଶେ ମିଡ଼ିଆ (Media) ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଣୁ ଏହି କ୍ଷେତ୍ରରେ କର୍ତ୍ତବ୍ୟରତ ପ୍ରତ୍ୟେକ ବ୍ୟକ୍ତି ବିଶେଷ ବର୍ତ୍ତମାନର ଘୋର ନୈରାଶ୍ୟ ଏବଂ ଅନ୍ଧକାରମୟ ସମୟରେ ଆତ୍ମ ଅନୁଭୂତି ସମ୍ପନ୍ନ ହୋଇ ପ୍ରତ୍ୟେକ କର୍ମ ସମ୍ପାଦନ କଲେ ସକରାତ୍ମକ ଚିନ୍ତାଧାରା ମାଧ୍ୟମରେ ସମାଜକୁ ଉଚିତ୍ ଦିଶା ପ୍ରଧାନ କରିପାରିବେ। ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟର୍ ନିର୍ଦ୍ଦେଶିକା- ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମାଳା କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ୧୫ ଦିନ ବ୍ୟାପି ପ୍ରଶାସନ ବର୍ଗର ଅଭିଯାନର ବିସ୍ତାର ପୂର୍ବକ ବର୍ଣ୍ଣନା କରିବା ସହ ଏହି ଅଭିଜାନର ସଫଳତା କାମନା କରିଥିଲେ ତଥା ରାଜଯୋଗର ଅଭ୍ୟାସ ଦ୍ବାରା ଉପସ୍ଥିତ ସମସ୍ତଙ୍କୁ ପବିତ୍ରତା, ସୁଖଶାନ୍ତି ଅନୁଭବ କରାଇଥିଲେ।