ବ୍ରହ୍ମାକୁମାରୀସ୍, ଶାନ୍ତୁକୁଣ୍ଡ ତରଫରୁ ମଧୁମେହ ସଚେତନତା କାର୍ଯ୍ୟକ୍ରମ ପାଳିତ
ବ୍ରହ୍ମପୁର, (ଅନିଲ କୁମାର):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଶାନ୍ତୁକୁଣ୍ଡ ତରଫରୁ ପ୍ରଭୁ ଉପହାର ରିଟ୍ରିଟ୍ ସେଂଟର ସେମିନାର ହଲରେ ଆଜି ସନ୍ଧ୍ୟା ସମୟରେ ‘ବିଶ୍ୱ ମଧୁମେହ ଦିବସ’ ପାଳନ ଉପଲକ୍ଷେ ଏକ ମଧୁମେହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛିା ଉକ୍ତ କାର୍ଯ୍ୟକ୍ରମରେ ପ୍ରେସିଡେନ୍ସି କଲେଜର ଅଧ୍ୟକ୍ଷ ଭ୍ରାତା ଶରତ କୁମାର ପାଢୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତମାନ ସମୟର ଆଧୁନିକ ଜୀବନ ଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟ ସେବନ ଯୋଗୁଁ ଅନେକ ବ୍ୟକ୍ତି ଏହି ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏଣୁ ସରକାରୀ ତଥା ବେସରକାରୀ ସବୁ ଅନୁଷ୍ଠାନ ମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ମଧୁମେହ ଜନିତ ଜଟିଳ ସମସ୍ୟାର ପ୍ରତିକାର, ନିରାକରଣ ତଥା ପ୍ରତିରୋଧ ପାଇଁ ନିଜେ ଯତ୍ନବାନ ହେବା ଅତ୍ୟନ୍ତ ଆବଶ୍ୟକ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀସ୍ ଗଞ୍ଜାମ ଓ ଗଜପତି ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମଞ୍ଜୁ ନିଜ ଆଶୀର୍ବଚନରେ ଉକ୍ତ ରୋଗରେ ପୀଡିତ ବ୍ୟକ୍ତି କିପରି ରୋଗ ସହ ତାଳ ଦେଇ, ଏହାକୁ ନିନ୍ତ୍ରଣ କରି ବଂଚିବାକୁ ହେବ ଏବଂ ସୁସ୍ଥ ବ୍ୟକ୍ତିକୁ ଏହା ଯେପରି କବଳିତ ନ କରେ ସେଥି ସକାଶେ ସତର୍କ ରହିବା ବିଭିନ୍ନ ଆଧ୍ୟାତ୍ମିକ ଉପାୟ ଅବଲମ୍ବନ କରିବା ପାଇଁ କହିଥିଲେ । ପ୍ରଭୁ ଉପହାର ରିଟ୍ରିଟ୍ ସେଂଟର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ରାଜଯୋଗର ଅଭ୍ୟାସ କରାଇବା ପୂର୍ବକ ନିଜ ସତ୍ୟ ଚେତନାକୁ ସଙ୍କଳ୍ପରେ ସ୍ଥାନ ଦେଇ ବୁଦ୍ଧି ଦ୍ୱାରା ତାକୁ ନିରନ୍ତର ଅନୁଭବ କରିବା ସହ ଏକ ସୁସ୍ଥ ନିରାମୟ ଜୀବନ ଯାପନ କରିହେବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବରିଷ୍ଠ ମଧୁମେହ ତଥା ଭେଷଜ ବିଶେଷଜ୍ଞ ଭ୍ରାତା ଡାକ୍ତର ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ପରିଚାଳିତ ଏକ ଅନଲାଇନ୍ ଞ୍ଛମଧୁମେହ ସମ୍ପର୍କୀୟ ସଚେତନତା ଓ ଯତ୍ନ‛ କାର୍ଯ୍ୟକ୍ରମ ସ୍ଲାଇଡ ଶୋ ମାଧ୍ୟମରେ ବର୍ଣ୍ଣନା କରିବା ସହ ଏହାର ନିରାକରଣ ପାଇଁ ଉପାୟ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଏହିପରି ୧୫ଟି ଅନୁରୂପ କାର୍ଯ୍ୟକ୍ରମ ବ୍ରହ୍ମାକୁମାରୀସ୍ ଗଞ୍ଜାମ ଓ ଗଜପତି ଜିଲ୍ଲାର ମୁଖ୍ୟ ସେବା କେନ୍ଦ୍ର ମାନଙ୍କରେ ଅନୁଷ୍ଠିତ ହୋଇଥିଲା, ଯଦ୍ୱାରା ଅନେକାନେକ ଜନସାଧାରଣ ଉପକୃତ ହୋଇଥିଲେ ।