ବ୍ରହ୍ମାକୁମାରୀ ପରିସରରେ ରାଜଯୋଗିନୀ ଦାଦି ଜାନକୀଙ୍କ ୨ୟ ସ୍ମୃତି ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ଜାନକୀ ବିଶ୍ୱ କଲ୍ୟାଣ ପାଇଁ ଈଶ୍ୱରୀୟ ସେବାରେ ନିଜ ଜୀବନକୁ ସମର୍ପିତ କରି ୧୦୪ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ତାଙ୍କ ୨ୟ ଶ୍ରାଦ୍ଧ ଦିବସ ଉପଲକ୍ଷେ କେନ୍ଦ୍ରାପଡା ସହରର ସୁନାଇଲୋସ୍ଥିତ ଜ୍ଞାନଜ୍ୟୋତି ଭବନରେ ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ସ୍ନେହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ସେବାକେନ୍ଦ୍ରର ସମର୍ପିତ ଭଉଣୀ ବ୍ରହ୍ମାକୁମାରୀ ସୁଚିତ୍ରା, ସୁମିତ୍ରା, ଅନ୍ୟ ବରିଷ୍ଠ ଗୋପେଶ୍ୱର ଭାଇ, ସଂଗ୍ରାମ ଭାଇ, ଦୈତାରୀ ଭାଇ, ବାବୁ ଭାଇ, ରବି ଭାଇ, ବିଶ୍ୱରଞ୍ଜନ ଭାଇ, ଅଭୟ ଭାଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ