ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୦ ରେ ଭାରତର ପ୍ରତିନିଧିତ୍ବ କରିବେ ଆଡଲିନେ କାସେଲିନୋ
ନୂଆଦିଲ୍ଲୀ : ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୦ ରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ଆଡଲିନେ କାସେଲିନୋ । ମିସ୍ ଡିଭା ୟୁନିଭର୍ସ ୨୦୨୦ରେ ବିଜୟୀ ହେବା ସହିତ କାସେଲିନୋ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଶନିବାର ଅନୁଷ୍ଠିତ ପ୍ରତିଯୋଗିତାରେ ଉଡୁପୀର କସେଲିନୋ ବିଜୟୀ ହୋଇଥିବା ବେଳେ ବର୍ତ୍ତିକା ସିଂ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ଜବଲପୁରର ଅବ୍ରିତି ଚୌଧୁରୀ ମିସ୍ ୟୁନିଭର୍ସ ସୁପର ନ୍ୟାଚୁରାଲ୍ ଘୋଷଣା କରାଯାଇଥିବା ବେଳେ ପୁନେର ନେହା ଜୟସ୍ବାଲ ଦ୍ବିତୀୟ ରନର୍ ଅପ୍ ହୋଇଥିଲେ । ଉଭୟଙ୍କୁ ଯଥାକ୍ରମେ ଶେଫାଳୀ ସୁଦ୍ ଏବଂ ରୋଶନୀ ସିଓରାନ୍ ମୁକୁଟ ପିନ୍ଧାଇଥିଲେ । ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା କାସେଲିନୋଙ୍କୁ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତ ଶୁଭେଚ୍ଛା ଜଣାଇଛନ୍ତି ।