“ବ୍ରହ୍ମାସ୍ତ୍ର’ରେ ଶାହାରୁଖ୍‌ଙ୍କ ଏଣ୍ଟ୍ରି

ଦୀର୍ଘଦିନ ଧରି ଶାହାରୁଖଖାଁଙ୍କୁ ଫ୍ୟାନମାନେ ସିଲଭର୍ ସ୍କ୍ରିନରେ ଦେଖିନାହାନ୍ତି । ସେ ଶେଷଥର ପାଇଁ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ “ଜିରୋ’ରେ ନଜର ଆସିଥିଲେ । ଏହା ପରେ ଶାହାରୁଖ୍ ନିର୍ଦ୍ଦେଶକ ଏଟଲିଙ୍କ ସହିତ ଫିଲ୍ମ “ସନକୀ’ରେ ନଜର ଆସିପାରନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଏହା ଦର୍ଶକଙ୍କୁ ନିରାଶ କରିଥିଲା । ଏଥର ଆଉ ଦର୍ଶକ ନିରାଶ ହେବେ ନାହିଁ । ଆୟାନ ମୁଖାର୍ଜୀଙ୍କ ଫିଲ୍ମ “ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ।
ଏହି ଫିଲ୍ମରେ ଆଲିଆ ଭଟ୍ଟ-ରଣବୀର କପୁର ମୁଖ୍ୟ ଭୂମିକାରେ ଥିବାବେଳେ ଏକ ଛୋଟ ଭୂମିକାରେ ନଜର ଆସିବେ ଶାହାରୁଖ୍ । ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନୀ ରାୟ ଏବଂ ଡିମ୍ପଲ କପାଡ଼ିଆ ମଧ୍ୟ ଅଭିନୟ କରୁଛନ୍ତି । ଏଥିରେ ଶାହାରୁଖଙ୍କ ଭୂମିକା ପୌରାଣିକ କଥାବସ୍ତୁ ସହିତ ଯୋଡ଼ା ହୋଇଥିବା ଦେଖିବାକୁ ମିଳିବ । ନିର୍ଦ୍ଦେଶକଙ୍କ କଥାରେ ଶାହାରୁଖ ହଁ ବି ମାରିସାରିଛନ୍ତି । ଚଳିତବର୍ଷ ଶେଷ ଆଡ଼କୁ ସେ ତାଙ୍କର ଶୁଟିଂ ଆରମ୍ଭ କରିବେ । ଏହି ଫିଲ୍ମ ଆସନ୍ତାବର୍ଷ ରିଲିଜ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ