ବ୍ରହ୍ମେଶ୍ଵରଙ୍କ ପୀଠରେ ଶିବପାର୍ବତୀ ବିବାହ ଉତ୍ସବ ଅନୁଷ୍ଠିତ
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ନିକଟସ୍ଥ ବ୍ରହ୍ମକୁଣ୍ତୀ ଠାରେ ଥିବା ବ୍ରହ୍ମେଶ୍ୱର ମହାଦେବ ଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତବର୍ଷ ଶୀତଳ ଷଷ୍ଠୀ ଅବସରରେ ପାରମ୍ପରିକ ରୀତିନିତି ରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ଚାରିଦିନ ଧରି ପୀଠରେ ବିଶ୍ଵ ଶାନ୍ତି ମହାଯଜ୍ଞ ସହ ପୂଜାର୍ଚ୍ଚନା କରାଯାଇଥିଲା । ହୋମଯଜ୍ଞ ରେ କର୍ତ୍ତା ଭାବେ ଟୁକୁ ରଞ୍ଜନ ସ୍ବାଇଁ ରହିଥିବା ବେଳେ ଶିବ ବିବାହ ରେ କନ୍ୟାପିତା ଭାବେ ରାଜେଶ କୁମାର ସାହୁ ଓ ବରପିତା ଭାବେ ପ୍ରଦୀପ୍ତ କୁମାର ନାୟକ ରହିଥିଲେ । ସକାଳୁ ହାଣ୍ଡିମଙ୍ଗୁଳା , ଦିଅଁ ମଙ୍ଗୁଳା, ଶିବ ପାର୍ବତୀଙ୍କ ମହା ସ୍ନାନ, ବାଟବରଣ, ପ୍ରଥମ ବରଣି , ଦ୍ୱିତୀୟ ବରଣ ପ୍ରଭୃତି ନିତି କରାଯାଇଥିଲା ।ପରେ ଦେବ ଦେବୀ ଙ୍କ ବିବାହ କାର୍ଯ୍ୟ ସମାପନ କରାଯାଇଥିଲା ।ପୂଜକ ରସାନନ୍ଦ ଦାସ , ବାବା ଶ୍ରୀଧରଦାସ ,ସୂର୍ଯ୍ୟକାନ୍ତ ଦାସ, ଅର୍ଜୁନ ପଣ୍ଡା ଓ ରାଜେନ୍ଦ୍ର ନାରାୟଣ ଦାସ ଙ୍କ ସହଯୋଗ ରେ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ସମାପନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶିବ ପାର୍ବତୀ ଙ୍କ ବିବାହ ଉତ୍ସବ ପାଇଁ ଚାରିଛକ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ିଥିଲା ।


