ବ୍ରହ୍ମ ବାବାଙ୍କ ସ୍ମୃତି ଦିବସ ପାଳନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଣ୍ଡାରିପୋଖରୀ ଶାଖା ଆଶ୍ରମ ଠାରେ ଆଜି ପିତା ଶ୍ରୀ ବ୍ରହ୍ମ ବାବାଙ୍କ ୫୩ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ବ୍ରହ୍ମ କୁମାର ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାତ୍ରା ତାରକା ଦୈତାରୀ ପଣ୍ଡା ଯୋଗଦେଇ ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ବିଶ୍ୱ ବ୍ୟାପୀ ଜନ ସେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାଛଡା ଆଜିର ବ୍ୟସ୍ତ ବହୁଳ ଜୀବନରେ ଶାନ୍ତି ପାଇଁ ସମସ୍ତେ ବ୍ରହ୍ମ ବାବାଙ୍କ ପଥ ଅନୁସରଣ କରିବାକୁ ସ୍ମୃତି ଦିବସ ସମାରୋହରେ ଶ୍ରୀ ପଣ୍ଡା ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଅବସରପ୍ରାପ୍ତ କୃଷି ଅଧିକାରୀ ଲମ୍ବୋଧର ସ୍ୱାଇଁ, ଯାତ୍ରା ଅଭିନେତ୍ରୀ ଲତା ପଣ୍ଡା ପ୍ରମୁଖ ଯୋଗଦେଇ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଆଧ୍ୟାତ୍ମିକ ଜୀବନ ଗଢିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ କିଶୋର, କିଶୋରୀ ମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ଓ ଅତିଥି ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିଲା । ଏଥିରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଯୋଗଦେଇଥିବା ବେଳେ ଆଶ୍ରମ ସଂଚାଳିକା ବ୍ରହ୍ମ କୁମାରୀ ସରସ୍ୱତୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ବିକେ ସୁବାଶିଷ, କିଶୋର, ନିରଞ୍ଜନ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ