ବ୍ରାଉନସୁଗର ହୋମ୍ ଡେଲିଭରି, ଜଣେ ଗିରଫ
ଭୁବନେଶ୍ବର: ବ୍ରାଉନସୁଗର ହୋମ୍ ଡେଲିଭରି ବେଳେ ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନସୁଗାର ହୋମ ଡେଲିଭରି ବେଳେ ଅବକାରୀ ବିଭାଗ ଚଢ଼ାଉ କରିଛି | ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଏହି ଘଟଣାରେ ସେକ ଫରିଦ ନାମକ ଜଣେ ଯୁବକକୁ ଅବକାରୀ ବିଭାଗ ଗିରଫ କରିଛି | ଏହି ଯୁବକ ନିକଟରୁ ଏକ ପିସ୍ତଲ ମଧ୍ୟ ଜବତ କରାଯାଇଛି | ଲକଡାଉନରେ ବ୍ରାଉନସୁଗର ହୋମ ଡେଲିଭରି କରୁଥିବା ବାବଦରେ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା | ଏହା ପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି ଫରିଦକୁ ଗିରଫ କରାଯାଇଛି | ତେବେ ଏହି ଚୋରା ବ୍ରାଉନସୁଗର ରାକେଟ ପଛରେ କାହାର ହାତ ରହିଛି ତାହା ବର୍ତ୍ତମାନ ତଦନ୍ତ କରାଯାଉଥିବାବେଳେ ଅବୈଧ ନିଶା କାରବାର ହୋମ ଡେଲିଭରିକୁ ନେଇ ଚର୍ଚ୍ଚା ଜୋର ଧରିଛି |