ବ୍ରାଉନ୍ସୁଗରର ପେଣ୍ଠସ୍ଥଳ ପାଲଟିଛି ମିଟିଆଣି ଛକ

ପୁରୀ (ଯୁଗାବ୍ଦ ନ୍ୟୁଜ୍)- ପୁରୀ ସହରରେ ଏବେ ବ୍ରାଉନ୍ ସୁଗରର ପେଣ୍ଠସ୍ଥଳ ପାଲଟିଛି ମିଟିଆଣି ଛକ । ଏହି ଛକରେ ରହୁଥିବା ଜଣେ ମହିଳା ହେଉଛନ୍ତି ଏହି ବ୍ରାଉନ୍ସୁଗର ର‌୍ୟାକେଟ୍ର କିଙ୍ଗପିନ୍ । ସେ ସହରର ବିଭିନ୍ନ ବସ୍ତି ଅଞ୍ଚଳକୁ ବ୍ରାଉନସୁଗର ସପ୍ଲାଇ କରୁଛନ୍ତି । ଅବକାରୀ ବିଭାଗ ଓ ପୁଲିସକୁ ମୋଟା ଅଙ୍କର ବଟି ଦେଉଥିବାରୁ ତାଙ୍କ ବିରୋଧରେ ବିଭାଗ ମୁହଁ ଖୋଲୁନାହିଁ ବୋଲି ଆଲୋଚନା ହେଉଛି । ଉଭୟ ବିଭାଗ ନିକଟରେ ଏ ନେଇ ଖବର ଥିଲେ ବି କେହି ଏହା ଉପରେ ଚଢାଉ କରୁ ନାହାନ୍ତି । କାରଣ ତଳୁ ଉପର ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସ କରି ରଖାଯାଇଛି । ଏ ସମ୍ପର୍କରେ ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ ଦାସ କହିଛନ୍ତି ମିଟିଆଣି ଛକ ସମେତ ଅନ୍ୟାନ୍ୟ ବସ୍ତି ଅଞ୍ଚଳରେ ବ୍ରାଉନ୍ସୁଗର ବ୍ୟବସାୟ ବେଶ୍ ଖୁଲମଖୁଲା ଚାଲିଛି । ଏ ନେଇ ଅବକାରୀ ବିଭାଗ ନିକଟରେ ଖବର ଥିବାସହ ପୁଲିସ ମଧ୍ୟ ଜାଣିଛି । ହେଲେ କେହି ଏଠାରେ ଚଢାଉ କରୁ ନାହାନ୍ତି କି ଏହି ରାକେଟ୍ରେ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉନାହିଁ । ଉକ୍ତ ଅଞ୍ଚଳର ଜଣେ ଦୋକାନୀ ନାମ ଗୋପନ ରଖି କହିଛନ୍ତି ଯେଉଁ ମହିଳା ଜଣକ ଏହି ବ୍ରାଉନ୍ସୁଗର ରାକେଟ୍ର କିଙ୍ଗପିନ୍ ତାଙ୍କଠାରୁ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ମାସିକିଆ ବଟି ନିଅନ୍ତି । ତେଣୁ ସଂପୃକ୍ତ ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏନାହିଁ । ବେଳେବେଳେ ପୁଲିସ ଚଢାଉ କରେ । ହେଲେ ପୂର୍ବରୁ ସଂପୃକ୍ତ ମହିଳାଙ୍କୁ ଖବର ଦିଆଯାଉଥିବାରୁ ପୁଲିସ ଖାଲି ହାତରେ ଫେରିଥାନ୍ତି । ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକଙ୍କୁ ପଚାରିବାରୁ ସେ କହିଲେ ନରେନ୍ଦ୍ରକୋଣ ଅଞ୍ଚଳରୁ ଗତ ଦୁଇ ମାସ ହେଲା ଉକ୍ତ ଅଞ୍ଚଳ ଉପରେ ନଜର ରଖାଯାଇଥିଲା । ତେଣୁ ଗତ ୨୨ ତାରିଖରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜୟନ୍ତୀ ଭୋଇ ନାମକ ଜଣେ ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କ ଘରୁ ୨୬ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରାଯାଇଥିଲା । ସହରରେ ଅନ୍ୟ କେଉଁଠାରେ ବ୍ରାଉନସୁଗର ବିକ୍ରି ହେଉଥିବା ଖବର ମିଳିଲେ ଚଢ଼ଉ କରାଯିବ । ଏହାସହ ବିଭିନ୍ନ ବସ୍ତି ଅଞ୍ଚଳରେ ଚଢାଉ କରି ବେପାରୀଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ