ବ୍ରାହ୍ମଣିକଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିନ୍ଦ୍ର ରାଉତଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଶାଳଣିଆ ପଞ୍ଚାୟତ ବ୍ରାହ୍ମଣିକଳା ତାରିଣୀ ଠାକୁରାଣୀ ବିଦ୍ୟାପୀଠର ପ୍ରଧାନଶିକ୍ଷକ ରବିନ୍ଦ୍ର ରାଉତ ଙ୍କୁ ଅବସରକାଳୀନ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସକାଳୁ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ତାଙ୍କ ନିଜ ବାସଭବନ ନୂଆ ରମ୍ପାସ ଗ୍ରାମରୁ ଏକ ବିରାଟ ପଟୁଆର ଗ୍ରାମ ପରିକ୍ରମା କରାଇ ସ୍କୁଲ ନିକଟକୁ ପାଛୋଟି ଆଣିଥିଲେ। ପରେ ଶିକ୍ଷକ ଭାଗିରଥି କବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ସୁରେଶ ଚନ୍ଦ୍ର ଜେନା, ଓଷ୍ଟା ର ରାଜ୍ୟ ସହସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ, ବ୍ଲକ ଉପସଭାପତି ରଞ୍ଜନ ଘଡେଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସ୍କୁଲ ପ୍ରତିଷ୍ଠା କ୍ଷେତ୍ରରେ ଏହି ପ୍ରଧାନଶିକ୍ଷକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ୩୧ବର୍ଷ କାଳ ଏଠାରେ ଶିକ୍ଷକତା କରି ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଙ୍କ ଶ୍ରଦ୍ଧାଭାଜନ ହୋଇପାରି ଥିବାରୁ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଉପଢୌକନ ଓ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବହୁ ପୁରାତନ ଛାତ୍ରଛାତ୍ରୀ ବହୁ ଦୂର ଦୁରାନ୍ତରୁ ଛୁଟି ଆସିଥିଲେ ତାଙ୍କ ପ୍ରିୟ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ। ଅବସର ପରେବି ସ୍କୁଲ କୁ ଆସି ଶିକ୍ଷାଦାନ କରିବେ ବୋଲି ପ୍ରଧାନଶିକ୍ଷକ ମତବ୍ୟକ୍ତ କରିଥିଲେ। ପ୍ରସନ୍ନ କୁମାର ବେହେରା ଓ ଅନିରୁଦ୍ଧ ସେଠୀ ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷକ ଶରତ କୁମାର ବାରିକ, ନିଶିକାନ୍ତ ବିଶ୍ୱାଳ, ସୁରେନ୍ଦ୍ର କୁମାର ବାରିକ, ଅନନ୍ତ ଚରଣ ରାଉତ, ସୁଧାଂଶୁ କୁମାର ପତି, ଉତ୍ତମ କୁମାର ବାରିକ, ପ୍ରଶାନ୍ତ କୁମାର ବାରିକ, ପ୍ରମୋଦ କୁମାର ପ୍ରଧାନ, କମଳାକାନ୍ତ ନାୟକ, ତ୍ରିଲୋଚନ ରାଉତ, ନିତ୍ୟାନନ୍ଦ ଘଡେଇ, ରାଜକିଶୋର ସ୍ୱାଇଁ, ସ୍କୁଲ ପରିଚାଳନା କମିଟି ସଭାପତି ପରମାନନ୍ଦ ବେହେରା, ବିଧାୟକ ପ୍ରତିନିଧି ଲଷ୍ମୀଧର ସେଠୀ, ସୁରେନ୍ଦ୍ର ବଳ, ଆନନ୍ଦ ଚରଣ ବେହେରା,ବାବାଜି ଚରଣ ବେହେରା, ପୁରାତନ ଛାତ୍ର ଶିଶିର କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ