ବ୍ରାହ୍ମଣୀ ପର୍ବତରେ ଇନ୍ଦ୍ର ପୂଜା ସମ୍ପନ୍ନ
ଜମନକିରା, (ଯୁଗାବ୍ଦ ନ୍ୟୁଜ):ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ସାଉତିମାଲ୍ ଗ୍ରାମର ବ୍ରାହ୍ମଣୀ ପର୍ବତ ଚୋଟିରେ ଆଜି ପୂଜା ବିଧି ସହକାରେ ଇନ୍ଦ୍ର ପୂଜା ସମ୍ପନ୍ନ ହୋଇଯାଇଛି । ଏହି ପୂଜା ଯଜ୍ଞ କାର୍ଯ୍ୟକ୍ରମରେ ପୂଜକ ଭାବରେ ଭକ୍ତବନ୍ଧୁ ନାଥ ପୂଜା ଅର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବରେ ଭୋଜପୁର ସରପଞ୍ଚ କର୍ପୁର ପାତ୍ର ଏବଂ ତାଙ୍କ ସ୍ଵାମୀ ମନ ପାତ୍ର ପୂଜାରେ ବସିଥିଲେ । ଏହି ପୂଜାରେ ଆଖ ପାଖ ଅଞ୍ଚଳର ସାଉତୀମାଲ, ମାତମହୁଲ, ବଡ଼ମାଳ, ଘନଘୋଷା, ନୁଆଡ଼ିହି, ଟାଙ୍ଗରାଣୀ, ପ୍ରମୁଖ ଅନେକ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ପୂଜା ଅର୍ଚ୍ଚନା କରିଥିଲେ । ଏହି ପୂଜା କାର୍ଯକ୍ରମ ରେ ମାତମହୁଲ୍ ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ କୃଷ୍ନଗୁରୁ ମଣ୍ଡଳୀ ପ୍ରଭୁ ଇନ୍ଦ୍ରଙ୍କ ନାମ ନେଇ ଭଜନ କୀର୍ତ୍ତନ କରିଥିବା ବେଳେ ଅନ୍ନ ଭୋଜନର ବ୍ୟବସ୍ଥା ଥିଲା । ଏଥିରେ ସହ ସହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।