ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା କରିବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ବ୍ରାହ୍ମଣ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ସମିତି ବୁଦ୍ଧବିହାର ଠାରେ ବିଶିଷ୍ଟ ଚିକିତ୍ସାବିତ୍ ପ୍ରଫେସର ବିଷ୍ଣୁଚରଣ ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ଚଳଚ୍ଚିତ୍ର ନିଗର ଅଧ୍ୟକ୍ଷ, ସୁପ୍ରସିଦ୍ଧ କଳାକାର ଶ୍ରୀ କୁନା ତ୍ରିପାଠୀ ଯୋଗ ଦେଇ ବ୍ରାହ୍ମଣ ସମାଜ ପୁରୋହିତ ଭାବେ ସମାଜ ଓ ସଂସାରର ମଙ୍ଗଳ କାମନା କରୁଥିବା ବେଳେ ନିଜର ସ୍ୱାଭିମାନକୁ ରକ୍ଷା କରି ଏକ ବଳିଷ୍ଠ ସଂଗଠନରେ ପରିଣତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ଇଂ ସୀମାଞ୍ଚଳ ମହାପାତ୍ର ତେଲେଙ୍ଗାନା, ଆନ୍ଧ୍ର ଓ କର୍ଣ୍ଣାଟକ ଭଳି ଓଡ଼ିଶା ସରକାର ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା କରିବାକୁ ଦାବି ଉପସ୍ଥାପନ କରିଥିଲେ ।
ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ସଦାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନର ପ୍ରାରମ୍ଭରେ ରାଜ୍ୟ ସମ୍ପାଦକ ଶ୍ରୀ ରାମ ପ୍ରସାଦ ଦାଶ ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ର ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ସାଧାରଣ ସମ୍ପାଦକ ଇଂ ଜଗନ୍ନାଥ ପାଢୀ ଆଗାମୀ ବର୍ଷରେ ଏକଲକ୍ଷ ବ୍ରାହ୍ମଣବନ୍ଧୁ ମାନଙ୍କୁ ଆଜୀବନ ସଦସ୍ୟ କରାଇବା, ପୁରୀ ଓ ଭୁବନେଶ୍ୱରରେ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଓ ରାଜ୍ୟର ସମସ୍ତ ବ୍ରାହ୍ମଣ ସଂଗଠନକୁ ଏକତ୍ରିତ କରି ମହାସଂଘକୁ ସୁଦୃଢ କରିବାକୁ ପ୍ରସ୍ତାବ ଆଗତ କରିଥିଲେ ଓ ମାର୍ଗଦର୍ଶକ ଶ୍ରୀ ବିଚିତ୍ରାନନ୍ଦ ମିଶ୍ର ସଭା ପରିଚାଳନା କରିଥିଲେ । ସାଂଗଠନିକ ଆଲୋଚନାରେ ସମସ୍ତ କ୍ଷେତ୍ରୀୟ ଉପସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ସୁବାସ ଚନ୍ଦ୍ର ଶତପଥୀ, ଅଶୋକ କୁମାର ମିଶ୍ର, ରବୀନ୍ଦ୍ର କୁମାର ଶର୍ମା, ବାଣେଶ୍ୱର ଦାଶ, କ୍ଷେତ୍ରୀୟ ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ଅଧ୍ୟାପକ ଦ୍ୱାରିକା ନାଥ ଶତପଥୀ, ଯୁଗ୍ମ ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ନବକୃଷ୍ଣ ରଥ, ଯୁବ ବାହିନୀର ସଭାପତି ଜଗଦାନନ୍ଦ ତ୍ରିପାଠୀ ଓ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଅଂଶଗ୍ରହଣ କରିଥିଲେ । ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲା କର୍ମକର୍ତ୍ତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଶେଷରେ ସଭାପତି ଡଃ ଦୀକ୍ଷିତ ବ୍ରାହ୍ମଣ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କ ବଳିଷ୍ଠ ଓ ଏକନିଷ୍ଠ ଉଦ୍ୟମ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାସଂଘର ତ୍ରୈମାସିକ ପତ୍ରିକା ‘ବ୍ରହ୍ମ ସନ୍ଦେଶ’ ଓ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ପ୍ରକାଶିତ ‘ବ୍ରହ୍ମାବର୍ତ୍ତ’ ପତ୍ରିକା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶେଷରେ କଟକ ଜିଲ୍ଲା ସଭାପତି ଶିକ୍ଷାବିତ ଶ୍ରୀ ପ୍ରମୋଦ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ