ବ୍ରାହ୍ମଣ ମହାସଭାର ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିସ୍ଥିତ ବଡରାଧାକାନ୍ତ ମନ୍ଦିର ପରିସରରେ ବ୍ରାହ୍ମଣ ମହାସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ଅଶ୍ବିନୀ କୁମାର ପାଢ଼ୀ, ଜଗନ୍ନାଥ ରଥ, ସୁବାଷ ପଣ୍ଡା ଓ ଦୁର୍ଗା ପ୍ରସାଦ ରଥ ଯୋଗ ଦେଇ ସଂଘକୁ କିପରି ସୃଦୃଢ଼ କରାଯିବ ସେ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଏହି ବୈଠକକୁ ବସନ୍ତ କୁମାର ପଣ୍ଡା ଓ ରାଜେନ୍ଦ୍ର କୁମାର ରଥ ପରିଚାଳନା କରିବା ସହ ପରବର୍ତ୍ତୀ ବୈଠକରେ ସଂଘର କର୍ମକର୍ତ୍ତା ଚୟନ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ପ୍ରକାଶ କରିଥିଲେ। ଏହି ଅବସରରେ କିଛି ବଦାନ୍ୟ ବ୍ୟକ୍ତି ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ସଭା ଶେଷରେ ଅମୂଲ୍ୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ