ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ “ଗୀତା ଜୟନ୍ତୀ” ପାଳିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ପବିତ୍ର ମାର୍ଗଶିର ଶୁକ୍ଳପକ୍ଷ ତ୍ରୟୋଦଶୀ ସୋମବାର ଦିନ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଗୀତା ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏହି ଉପଲକ୍ଷେ ଶ୍ରୀକୃଷ୍ଣଙ୍କ ଷୋଡଶ ଉପଚାର ପୂଜା ଓ ଗୀତା ଯଜ୍ଞ ଅୟୋଜିତ ହୋଇଥିଲା। ଗୀତା ଯଜ୍ଞ ରେ ବ୍ରହ୍ମା ଦାୟିତ୍ବ ମଧୁସୂଦନ ପୁରୋହିତ ତୁଲାଇଥିବା ବେଳେ ଯଜ୍ଞର ଆଚାର୍ଯ୍ୟ ନିରଞ୍ଜନ ଦାଶ ଓ ଭବାନୀ ଶଙ୍କର ଆଚାର୍ଯ୍ୟ ତୁଲାଇଥିଲେ। ଅଶୋକ ନେଗୀ ଓ ତାଙ୍କ ପତ୍ନୀ ସଂଯୁକ୍ତା ନେଗୀ ଯଜ୍ଞର କର୍ତ୍ତା ହୋଇଥିଲେ। ଗୀତା ଜୟନ୍ତୀ କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକ ବ୍ରାହ୍ମଣ ସମାଜ ର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ମାନେ ଯୋଗଦେଇଥିଲେ। ଏହି ଅବସରରେ ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ଙ୍କ ନେତୃତ୍ୱରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ପ୍ରାୟ ତିନିଶହ ମୋଟର ସାଇକେଲ ଅଂଶ ଗ୍ରହଣ କରି ଥିଲେ। ମୋଟର ସାଇକେଲ ଶୋଭାଯାତ୍ରା ବିଜୁ କଲ୍ୟାଣ ମଣ୍ଡପରୁ ବାହାରି ଘୋଡାଘଟ ଛକ, ଜେଲ ଛକ, ସର୍କିଟ ହାଉସ ଛକ, ତହସିଲ ଅଫିସ ଛକ, ବ୍ୟାଙ୍କ ଛକ, ଜଗନ୍ନାଥ ମନ୍ଦିର, ଷ୍ଟେଚୁ ଛକ, ପୁରୁଣା ସିନେମା ହଲ ଛକ, ମାଣିକେଶ୍ଵରୀ ହାଇସ୍କୁଲ ଛକ, ଦୟାନିଧି ଛକ ଦେଇ ବିଜୁ କଲ୍ୟାଣ ମଣ୍ଡପ କୁ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ମାର୍ଗଦର୍ଶକ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ସମସ୍ତ ଅତିଥି ମାନଙ୍କୁ ଅଭ୍ୟର୍ଥନା କରାଯାଇଥିଲା। ପ୍ରସାଦ ସେବନ କମିଟି ପ୍ରମୁଖ ବାଞ୍ଛାନିଧି ମିଶ୍ର, ଯଜ୍ଞ କମିଟି ପ୍ରମୁଖ ଭାଗବତ ମହାପାତ୍ର,ପଞ୍ଜିକରଣ କମିଟି ପ୍ରମୁଖ ସୁରେନ୍ଦ୍ର ନେଗୀ ଙ୍କ ତତ୍ୱବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ବ୍ରାହ୍ମଣ ସମାଜ କଳାହାଣ୍ଡି ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ଭବାନୀ ଶଙ୍କର ମିଶ୍ର, ବିନୋଦ ଶର୍ମା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ପଣ୍ଡା, ହେମନ୍ତ ପଣ୍ଡା, କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, କାର୍ଯ୍ୟକାରି କମିଟି ସଦସ୍ୟ ପ୍ରମୋଦ ଖମାରୀ, ହର୍ଷ ବେହେରା, ଅଜୟ ପଣ୍ଡା ପ୍ରମୁଖ ଗୀତା ଜୟନ୍ତୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅପରାହ୍ନ ସାଢେ ୩ ଟାରେ ଗୀତା ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ