ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ

 ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ରାଇରଙ୍ଗପୁରସ୍ଥିତ ସତ୍ୟସାଇ ମନ୍ଦିର ପରିସରରେ ଅପରାହ୍ନରେ ରାଇରଙ୍ଗପୁର  ବ୍ରାହ୍ମଣ ସମାଜ ବୈଠକ ବିଶିଷ୍ଟ  ଓକିଲ ତଥା ସଭାପତି ପ୍ରଭାଷ କବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଛି ।ଏଥିରେ ସାଂପ୍ରତିକ ପରିସ୍ଥିତିରେ  ବ୍ରାହ୍ମଣମାନେ କିଭଳି ଆର୍ଥିକ,ସାମାଜିକ ବିଭିନ୍ନ କ୍ଷେତ୍ରରେ ଅସୁବିଧା ପଢୁଛନ୍ତି ଓ ସରକାରଙ୍କର  ବୈମାତୃକରେ ଶିକାର ହେଉଛନ୍ତି ବିଷଦବ୍ୟାଖ୍ୟା ଆଲୋଚନା ହୋଇଥିଲା ।ତେଣୁ ବ୍ରାହ୍ମଣ ସମାଜ ବ୍ରାହ୍ମଣ ମାନଙ୍କର ହକ ପାଇଁ  ସଂଗ୍ରାମ ଜାରି ରଖିବ ବୋଲି ମତ ପାଇଥିଲା ।ବୈଠକରେ ସର୍ବସମ୍ମତିକ୍ରମେ ପ୍ରସନ୍ନ  ଷଡଙ୍ଗୀ  ସଂପାଦକ,ଅଶ୍ୱିନୀ ପଣ୍ଡା-ଉପସଭାପତି,ସୁଧିର ମିଶ୍ର- ସହ ସଂପାଦକ,ନୃସିଂହ ଦାସ-କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ ।ବୈଠକରେ ଆସନ୍ତା ୨୦୨୦ ଜାନୁଆରୀ ଶେଷ ସପ୍ତାହ ବେଳକୁ ରାଇରଙ୍ଗପୁରରେ ବିଶ୍ୱଶାନ୍ତି ଯଜ୍ଞର ଆୟୋଜନ କରାଯିବା ସହ ନିଃଶୁକ୍ଳ ବ୍ରତୋପୟନ କାର୍ଯ୍ୟକ୍ରମ କରାଯିବ ।ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି ।ବୈଠକରେ ରାଇରଙ୍ଗପୁର  ସମେତ ଆଖପାଖ ଅଂଚଳରୁ ବହୁ ଗୁଣୀ,ମାନୀ ବ୍ରାହ୍ମଣ ବା ଏମାନେ ଯୋଗ ଦେଇ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।  

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ