ବ୍ରାହ୍ମଣ ସୀତାପୁରରେ ରାମ ମନ୍ଦିର ପ୍ରତିଷ୍ଠା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପବିତ୍ର ଅଯୋଧ୍ୟା ରାମଲାଲା ମନ୍ଦିର ପ୍ରତିଷ୍ଠା ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅଧୂନସୁ ବ୍ରାହ୍ମଣ ସୀତାପୁରରେ ରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଛି । ରାଜ ପରୋହିତ ପ୍ରସନ୍ନ ପଣ୍ଡାଙ୍କ ପୌରହିତ୍ୟରେ ହରିହର ଦାସ, ତାଙ୍କ ଧର୍ମପନ୍ଥୀ ନିରୂପମା ଦାସକର୍ଷା ସାଜି ପବିତ୍ର ରାମ, ସୀତା ମାତା, ଲକ୍ଷ୍ମଣ ଓ ପ୍ରଭୁ ହନୁମାନଙ୍କୁ ବିଧୂ ବିଧାନ ଅନୁଯାୟୀ ପୂଜା ଅର୍ଚ୍ଚନା କରି ପ୍ରତିଷ୍ଠା କରିଥିଲେ Iଏଥିରେ ଗ୍ରାମର ବହୁ ପୁରାତନ ଗୋପୀନାଥ ମନ୍ଦିର ବଡ଼ ପୁଜାରୀ କୃଷ୍ଣ ପ୍ରସାଦ ପଣ୍ଡା, ପୁତ୍ର ଶ୍ରୀରାମ ପଣ୍ଡା, ଜଗଦୀଶ ପଣ୍ଡା, କାହୁଁ ଭୁକ୍ତି, ସତ୍ୟ ଭୁକ୍ତି ତଥା ଗ୍ରାମବାସୀ ସହଯୋଗ କରିଥିଲେ ।କରାଯାଇଥିବା ମୂର୍ତି ମନ୍ଦିରର ପ୍ରତିଷ୍ଠା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ସାହାଯ୍ୟ କରୁଥିବା ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ ଓ ପ୍ରଫୁଲ୍ଲ ପଢ଼ି ଦାନ କରିଥିଲେ। ପୂଜା ପରେ ଗ୍ରାମବାସୀ ପ୍ରସାଦ ସେବନର ଆୟୋଜନ କରିଥିଲେ। ସନ୍ଧ୍ୟାରେ ପ୍ରଭୁ ରାମଲାଲାଙ୍କ ଗ୍ରାମ ପରିଭ୍ରମଣ କରାଯାଇଥିଲା । ଏହି ପୂଜାଅର୍ଚ୍ଚନାରେ କେରାଣ୍ଡି ପଞ୍ଚାୟତର ବହୁ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ