ବ୍ରାହ୍ମଣ ସୀତାପୁର ବିଦ୍ୟାଳୟର ଅବ୍ୟବସ୍ଥା ଅନୁଧ୍ୟାନ କଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମରେ ଥିବା ଗୋପୀନାଥ ଗଜପତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି. ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ଏହି ସମସ୍ୟା ଜାଣିବା ପରେ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ -ଶିକ୍ଷୟିତ୍ରୀମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ପଚାରି ବୁଝିଛନ୍ତି। ଏହି ବିଦ୍ୟାଳୟରେ ତିନି ଗୋଟି ଶ୍ରେଣୀରେ ୧୭୦ ବିଦ୍ୟାର୍ଥୀ ପାଠ ପଢୁଛନ୍ତି । ଶିକ୍ଷକ ଓ ଅଣଶିକ୍ଷକ ଭାବେ ୧୧ କର୍ମଚାରୀ ରହିଛନ୍ତି। ଶ୍ରେଣୀଗୃହ ଅଛି ମାତ୍ର ଦୁଇଟି। ଅନ୍ୟ ଗୋଟିଏ ଛୋଟିଆ ରୁମ୍ ଅଛି ଯେଉଁଥିରେ କି କାର୍ଯ୍ୟାଳୟ ଲାଇବ୍ରେରୀ ଷ୍ଟୋର ରୁମ୍ ଆଦି କାର୍ଯ୍ୟରେ ବ୍ୟବହୃତ ହୁଏ। ସେଥିରେ ପୁଣି ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଏ। ଏହି ତିନିଟି ଶ୍ରେଣୀରେ ୧୭୦ ବିଦ୍ୟାର୍ଥୀ ରହିଛନ୍ତି। ପୁରୁଣା କୋଠା ଭାଙ୍ଗି ଦିଆଯାଇଥିବା ବେଳେ ଗୋଟିଏ କକ୍ଷର ପିଲାଙ୍କୁ ବାରଣ୍ଡାରେ ବସି ପାଠ ପଢିବାକୁ ପଡୁଛି। ଗତକାଲି ସୋମବାର ଏହି ବିଦ୍ୟାଳୟର ସମସ୍ୟା ନେଇ ପାରଳା ବିଧାୟକ ଅନୁଧ୍ୟାନ କରିବା ପରେ ପ୍ରଶାସନର ଦୃଷ୍ଟିକୁ ନେଇ ସମସ୍ୟା ସମାଧାନ କରିବି ବୋଲି ଗ୍ରାମବାସୀ ଓ ବିଦ୍ୟାଳୟର ଶିକ୍ଷକ -ଶିକ୍ଷୟିତ୍ରୀମାନଙ୍କୁ ବିଧାୟକ ପ୍ରତିଶୃତି ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ