ବ୍ରେକ୍ ଫେଲ ଯୋଗୁଁ ଟ୍ୟାଙ୍କର ଦୁର୍ଘଟଣା
ପାରଳାଖେମୁଣ୍ଡି, -(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲାର ରାୟଗଡା ଥାନା ଅନ୍ତର୍ଗତ ମାର୍ଲବା ଗଣ୍ଡଖିଆ ଘାଟିରେ ପେଟ୍ରୋଲ ଓ ଡିଜେଲ ବୋଝେଇ ଆସୁଥିବା ବେଳେ ବେକ୍ର ଫେଲ୍ ହେବା ଯୋଗୁଁ ଏକ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି । ସେଥିରେ ହେଲପର ସାମାନ୍ୟ ଆହାତ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଟ୍ୟାଙ୍କରଟି ଘାଟି ରାସ୍ତାରେ ପାହାଡକୁ ଜୋରରେ ଧକ୍କା ହେବା ଯୋଗିଁ ଟ୍ୟାଙ୍କରଟି ଫାଟି ଯାଇଛି । ଟ୍ୟାଙ୍କରରେ ଥିବା ୧୦ ହଜାର ଲିଟର ପେଟ୍ରୋଲ ଓ ୧୦ ହଜାର ଲିଟିର ଡିଜଲ୍ ରାସ୍ତାରେ ବୋହି ନଷ୍ଟି ହୋଇ ଯାଇଛି । ଘଟଣାରୁ ପ୍ରକାଶ, ପାରଦୀପ ହିନ୍ଦୁସ୍ତାନ ପେଟ୍ରୋଲିମ୍ କମ୍ପାନୀରୁ ଏକ ଟ୍ୟାଙ୍କର ୧୦ ହଜାର ଲିଟର ପେଟ୍ରୋଲ ଓ ୧୦ ହଜାର ଲିଟିର ଡିଜେଲ ବୋଝେଇ ମାର୍ଲବା ଘାଟି ଦେଇ ପାରଳାଖେମୁଣ୍ଡି ଅଭୁମୁଖେ ଯାଉଥିଲା । ଆଜି ସକାଳ ୮ଘଣ୍ଟା ସମୟରେ ହଠାତ୍ ଟ୍ୟାଙ୍କରଟିର ବ୍ରେକ୍ ଫେଲ୍ ଘଟିବା ଯୋଗୁଁ ଦୁର୍ଘଟଣା ଘଟିବା ସହ ଟ୍ୟାଙ୍କରଟି ପାହାଡରେ ଜୋରରେ ଧକ୍କା ହେବା ଯୋଗୁଁ ଡ୍ରାଇଭର ଓ ହେଲପର ଗାଡିରୁ ଛିଟିକି ପଡିଥିଲେ । ଏଥିରେ ଡ୍ରାଇଭର ସୁନାଗର ରଉତ ଗୁରୁତ୍ୱର ଭାବେ ଆହାତ ହୋଇଥିବା ବେଳେ ହେଲପର ପିଙ୍କୁ ସାହୁ ସାମାନ୍ୟ ଆହାତ ହୋଇଥିଲେ । ଅଂଚଳବାସୀ ଦୁହିଁଙ୍କୁ ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ଡାକ୍ତରଖାନା କତ୍ତୃପକ୍ଷ ଉଚ୍ଚ ଓ ଜରୁରୀ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଟ୍ୟାଙ୍କରଟି ଫାଟି ଯିବା ଯୋଗୁଁ ଗଛିତ ଥିବା ସମସ୍ତ ପେଟ୍ରୋଲ ଓ ଡିଜେଲ ରାସ୍ତା ଉପରେ ବୋହି ଯାଇଛି । ଏହି ଖବର ଗଜପତି ଜିଲ୍ଲା ରାୟଗଡା ପୋଲିସ ଜାଣିବା ପରେ ଘଟଣାର ଅନୁସଧ୍ୟାନ ଜାରି ରଖିଛି ।