ବ୍ରେନ୍ ଷ୍ଟ୍ରୋକ୍‌ରେ ଅତିରିକ୍ତ ତହସିଲଦାରଙ୍କ ବିୟୋଗ

ପାରଳାଖେମୁଣ୍ଡି, (ତାରିଣାୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁମ୍ମା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝିଙ୍କ ବ୍ରେଇନ୍ ଷ୍ଟ୍ରୋକ୍ ଯୋଗୁଁ ଆଜି ଅକାଳ ବିୟୋଗ ଘଟିଛି । ଏ ନେଇ ଗଜପତି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପଦାଧିକାରୀଙ୍କ ଠାରେ ଗଭୀର ଶୋକ ପ୍ରକାଶ ପାଇଛି । ଗୁମ୍ମା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝି ଗତକାଲି ଗୁମ୍ମା ବ୍ଲକର ଡମ୍ବାଡା ଗ୍ରାମରେ ଏକ ପ୍ରଶାସନିକ କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ ତୁଲାଉ ଥିବା ବେଳେ ହଠାତ୍ ଅଚେତ ହୋଇ ପଡିଥିଲେ । ସଂଗେ ସଂଗେ ତାଙ୍କୁ ଗୁମ୍ମା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚେତା ନ ଫେରିବାରୁ ପୁଣି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ପରିସ୍ଥିତି ଜଟିଳ ହେବାରୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଗତକାଲି ରାତିରେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳେ ତାଙ୍କରି ମୃତ୍ୟୁ ଘଟିଥିଲା । ବ୍ରେଇନ୍ ଷ୍ଟ୍ରୋକ୍ ଯୋଗୁଁ ତାଙ୍କରି ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ଗୁମ୍ମା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝିଙ୍କ ଅକାଳ ବିୟୋଗ ଯୋଗୁଁ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ସମସ୍ତ ପଦାଧିକାରୀ ଏବଂ ଗୁମ୍ମା ତହସିଲଦାର ନଟବର ବରଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ