ବ୍ଲକଗ୍ରାଣ୍ଟ ସ୍କୁଲ ମିଶ୍ରଣ ପ୍ରକ୍ରୀୟା ନିଷ୍ପତି, ହାଟଡିହି ବ୍ଲକର ୩୭ଟି ବିଦ୍ୟାଳୟ ସାମିଲ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟରେ ଥିବା ବ୍ଲକଗ୍ରାଣ୍ଟ ଅନୁଦାନପ୍ରାପ୍ତ ସ୍କୁଲ ମିଶ୍ରଣ ନିଷ୍ପତି ପରେ ହାଟଡିହି ବ୍ଲକର ୩୭ଟି ସ୍କୁଲ ମିଶ୍ରଣ ପ୍ରକ୍ରୀୟାରେ ସାମିଲ ହେବାନେଇ ଆଲୋଚନା ହେଉଛି । ସରକାର ଏହି ସ୍କୁଲ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟ ସହିତ ମିଶ୍ରଣ କରିଦେଇ ଏହାକୁ ବନ୍ଦ କରିଦେବାକୁ ନିଷ୍ପତି ନେଇଥିବାବେଳେ ଏନେଇ ବିଇଓ ମାନଙ୍କୁ ମଧ୍ୟ ତାଲିକା ଦେବାପାଇଁ ଚିଠି କରାଯାଇଛି । ଯେଉଁଥିରେକି ଆସନ୍ତା ୨୭ତାରିଖ ସୁଧା ସମସ୍ତ ବିଇଓମାନେ ସରକାରଙ୍କୁ ବିଦ୍ୟାଳୟ ତାଲିକା ସବୁ ଦେବେ । ଏହି ଚିଠି ଆଧାରରେ ହାଟଡିହି ବ୍ଲକର ୨୫ଟି ବ୍ଲକଗ୍ରାଣ୍ଟ ୟୁପି ସ୍କୁଲ ଓ ୧୨ଟି ଅନୁଦାନପ୍ରାପ୍ତ ୟୁପି ସ୍କୁଲର ମିଶ୍ରଣ ହେବାର ଜଣାଯାଇଛି । ଏହି ତାଲିକାରେ ଅଣା ୟୁପିଏସ,ପାର୍ବତୀ ୟୁ.ପି.ଏସ ବେତିରା, ନିତ୍ୟାନନ୍ଦ ୟୁ.ପି.ଏସ ଦୁଡୁଗାଁ, ଆଞ୍ଚଳିକ ୟୁ.ପି.ଏସ ବରାଙ୍ଗ, ଦ୍ନ୍‌ାବନପୁର ୟୁ.ପି.ଏସ, ନୁଆଗାଁ ୟୁ.ପି.ଏସ, ରଗୁଡିଆ ୟୁ.ପି.ଏସ, ଅନ୍ନପୁର୍ଣ୍ଣା ୟୁ.ପି.ଏସ ନାହା, ସନାତନ ୟୁ.ପି.ଏସ ପଦାରୁଖା, କେ.ସି ୟୁ.ପି.ଏସ ଯନ୍ତାଳପଦି, ମା କୁଳି ୟୁ.ପି.ଏସ ମଧୁବନ, ସାହାପୁର ୟୁ.ପି.ଏସ, ରତକଣା ୟୁ.ପି.ଏସ, ଆତୁରିକୋଣା ୟୁ.ପି.ଏସ, ମା ସୁନେଇ ରୁପେଇ ୟୁ.ପି.ଏସ, ଆଞ୍ଚଳିକ ୟୁ.ପି.ଏସ, ବଟେଶ୍ୱର ୟୁ.ପି.ଏସ ଭଳି ୩୭ଟି ବ୍ଲକଗ୍ରାଣ୍ଟ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମିଶ୍ରଣ ହେବାର ତାଲିକା ପ୍ରସ୍ତୁତି ହୋଇଥିବାର ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ