ବ୍ଲକରେ ପହଞ୍ଚିଲା ବାଲଟ ପେପର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହିତ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବାବେଳେ ଆଜି କାର୍ଯ୍ୟାଳୟରେ ବାଲାଟ ପେପର ପହଞ୍ଚିଛି । ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତର ୧ଲକ୍ଷ ୨୬ହଜାର ଭୋଟରଙ୍କ ପାଇଁ ୩ଲକ୍ଷ୭୮ହଜାର ବାଲଟ ପେପର ପହଞ୍ଚିଥିବା ଜଣାପଡିଛି । ଭୋଟର ସଂଖ୍ୟା ଅନୁଯାୟୀ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ପାଇଁ ୧ଲକ୍ଷ୨୬ହଜାର ଲେଖାଏଁ ବାଲଟ ପେପର ଆସିଥିବା ଜଣାଯାଇଛି । କଡାସୁରକ୍ଷା ମଧ୍ୟରେ ଭଦ୍ରକରୁ ବାଲଟପେପର ଆସିଥିବାବେଳେ ବ୍ଲକ କାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର କୋଠରୀରେ ଏହାକୁ ରଖାଯାଇଛି । ପୋଲିସର ୨୪ଘଣ୍ଟିଆ କଡାପ୍ରହରା ରହିଥିବାବେଳେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ସମାପ୍ତ କରିବା ପାଇଁ ବ୍ଲକ ପ୍ରଶାସନ ସମସ୍ତ ବ୍ୟବସ୍ଥା ଆରମ୍ଭ କରିଛି ।